Header-News-Banner

ଆଦିବାସୀଙ୍କ ରୋଜଗାରର ଉତ୍ସ ପାଲଟିଛି ମହୁଲ ଫୁଲ |

0
WhatsApp Image 2026-03-14 at 3.30.40 PM

ଝରିଗାଁ ତା 14/03/2026-ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଳକଟି ବଣ ଜଙ୍ଗଲ ଘେରା ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏଠାରେ ପ୍ରାୟ 90ପ୍ରତିଶତ ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି |ଆଦିବାସୀ ମାନେ ବର୍ଷର ବିଭିନ୍ନ ଋତୁରେ ଜଙ୍ଗଲ ଜାତ ଦ୍ରବ୍ୟ ଯଥା -ମହୁଲ, ଟୋଳ,ଅଁଳା, ବାହାଡା,ତେନ୍ତୁଳି, ଚାହାର, କେନ୍ଦୁ,ସର୍ଗି ଫୁଲ ଭଳି ବିଭିନ୍ନ ଫୁଲଫଳ ସହିତ ବିଭିନ୍ନ ପ୍ରକାର କନ୍ଦମୂଳ ସଂଗ୍ରହ କରି ଜୀବିକା ନିର୍ବାହ କରିଥାନ୍ତି |ଅଞ୍ଚଳରେ ଫାଲ୍ଗୁନ ମାସର ପ୍ରାରମ୍ଭରୁ ମହୁଲ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଯାଏ |ଅଞ୍ଚଳରେ ଅତ୍ୟଧିକ ପରିମାଣର ମହୁଲ ଗଛ ରହିଥିବାରୁ ମହୁଲ ଫୁଲ ଅଞ୍ଚଳବାସୀଙ୍କ ଅନ୍ୟ ଏକ ରୋଜଗାରର ଉତ୍ସ ପାଲଟିଛି |ମହୁଲ ଗଛ ଆଦିବାସୀଙ୍କୁ ରୋଜଗାର ଯୋଗାଉ ଥିବାରୁ ଆଦିବାସୀ ମାନେ ମହୁଲ ଗଛର ଠିକ ଭାବେ ଯତ୍ନ ନେବା ସହିତ ତାର ରକ୍ଷଣା ବେକ୍ଷଣା କରନ୍ତି |ଗଛରେ ଫୁଲ ଆସିବା ପ୍ରକ୍ରିୟା ଆରମ୍ଭ ନହେଉଣୁ ଗଛ ମୂଳ ସଫା କରି ପରିଷ୍କାର ପରିଚ୍ଛନ୍ନ କରି ମାସ ସାରା ଆଦିବାସୀ ମାନେ କଠୋର ପରିଶ୍ରମ କରି ମହୁଲ ଫୁଲ ସଂଗ୍ରହ କରିଥାନ୍ତି |ମାସ ସାରା ସେମାନେ କଠୋର ପରିଶ୍ରମ କରି ମହୁଲ ଫୁଲ ସଂଗ୍ରହ କରିଥିଲେ ହେଁ ସେମାନଙ୍କୁ ପରିଶ୍ରମ ମୁତାବକ ଆୟ ମିଳୁନଥିବା କ୍ଷୋଭର ସହ ପ୍ରକାଶ କରନ୍ତି |ସକାଳୁ ପେଜ ତୋରାଣି ଧରି ମହୁଲ ଗଛକୁ ଯାଇ ଦିନ ତମାମ ଶୁଖିଲା ଖରାରେ ପରିଶ୍ରମ କରନ୍ତି |ମାସସାରା ଯେତିକି ମହୁଲ ଫୁଲ ସଂଗ୍ରହ କରନ୍ତି, ସେସବୁ ବିକିବା ପାଇଁ ଉପଯୁକ୍ତ ବଜାର ବ୍ୟବସ୍ଥା ନଥିବା ଯୋଗୁଁ ମାଛଲୁଣ ଦରରେ ବୁଲା ବେପାରୀଙ୍କୁ ଟେକି ଦେବାକୁ ବାଧ୍ୟ ହୁଅନ୍ତି |ସଂଗ୍ରହ କରାଯାଇଥିବା ମହୁଲ ଫୁଲକୁ ତିନି ଦିନ ଧରି ଖରାରେ ଶୁଖେଇଲା ପରେ ମହୁଲ ଫୁଲ ବିକ୍ରୟ ପାଇଁ ଯୋଗ୍ୟ ହୁଏ |ହେଲେ ଏତେ ପରିଶ୍ରମରେ ସଂଗ୍ରହ କରି ଶୁଖେଇବା ପରେ ବେପାରୀମାନେ ସେମାନଙ୍କୁ ଶୁଏଇଲା ଭଳି ଦରରେ କିଣି ନିଅନ୍ତି |ବର୍ତମାନ ମହୁଲ ଫୁଲ କିଲୋ ପିଛା 30ରୁ 35ଟଙ୍କା ଦରରେ ବିକ୍ରୟ ହେଉଥିବା ମହୁଲ ସଂଗ୍ରହ କାରି କୁହନ୍ତି | ସରକାରୀ ସ୍ତରରେ ଜଙ୍ଗଲ lଜାତ ଦ୍ରବ୍ୟର ମୂଲ୍ୟ ନିର୍ଧାରଣ କରାଯିବା ସହିତ ବିକ୍ରୟ ପାଇଁ ବଜାରର ବ୍ୟବସ୍ଥା କରାଗଲେ ସେମାନେ ଉପକୃତ ହୁଅନ୍ତେ ବୋଲି ମହୁଲ ଗୋଟାଳି ମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି |ଝରିଗାଁ ରୁ ମୁରଲୀଧର ହରିଜନ ଙ୍କ ରିପୋର୍ଟ କଳିଙ୍ଗ ଫୋକସ।

Spread the love

Leave a Reply

Your email address will not be published. Required fields are marked *