Header-News-Banner

ଜିଲ୍ଲା ଶ୍ରମ ବିଭାଗରେ ଦୁର୍ନୀତି ଅଭିଯୋଗ

0
WhatsApp Image 2026-03-15 at 11.06.58 AM

ରାଜପିସ୍ତ୍ରୀ, ନିର୍ମାଣ ଶ୍ରମିକ ସଙ୍ଗଠନର ଖବରଦାତା ସମ୍ମିଳନୀ

ନବରଙ୍ଗପୁର, ୧୫/୩

ନବରଙ୍ଗପୁର ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକମାନଙ୍କ ସହାୟତା ବଣ୍ଟନ ଓ ନିର୍ମାଣ ଶ୍ରମିକ ପଞ୍ଜୀକରଣ କ୍ଷେତ୍ରରେ ବହୁତ ଦୁର୍ନୀତି ଓ ଅନିୟମିତତା ହୋଇଥିବା ଜିଲ୍ଲା ରାଜମିସ୍ତ୍ରୀ ଓ ନିର୍ମାଣ ଶ୍ରମିକ ସଂଘ ଅଭିଯୋଗ ଆଣିଛି। ଏ ନେଇ ସଂଘ ପକ୍ଷରୁ ଶନିବାର କକଡ଼ାକନାଚି ନାରି ଜଙ୍ଗଲରେ ଏକ ଖବରଦାତା ସମ୍ମି ସମ୍ମିଳନୀ କରାଯାଇଛି।

ଶ୍ରମ ବିଭାଗ ଓ ଜିଲ୍ଲା ପ୍ରସାଶନ ଅନ୍ୟ କର୍ମଚାରୀ ଦଲାଲମାନଙ୍କୁ ହାତ କରି ଜୀବିତ ଶ୍ରମିକଙ୍କୁ ଙ୍କୁ ମୃତ ଦର୍ଶାଇ ଲକ୍ଷାଧିକ ଉଠାଇ ଆତ୍ମସାତ କରିଛନ୍ତି। ଏହାର ଉପଯୁକ୍ତ ତଦନ୍ତ ସହ ଟଙ୍କା ଉଠା

ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ସରକାରୀ କର୍ମଚାରୀମାନଙ୍କୁ ଚାକିରିରୁ ବହିଷ୍କାର ନେଇ ଦାବି କରାଯାଇଛି। ପୂର୍ବ ଅଭିଯୋଗ ଅନୁଯାୟୀ, ଏହି ଘଟଣାର ତଦନ୍ତ ଆଳରେ ଏବେ ବିଭାଗ ପକ୍ଷରୁ ବର୍ତ୍ତମାନ ଜୀବିତ ଥିବା ହଜାର ହଜାର ନିର୍ମାଣ ଶ୍ରମିକ ଓ ଅଣ ସଙ୍ଗଠିତ ଶ୍ରମିକଙ୍କ ସହାୟତା ପାଇବା ଅଧ୍କାରକୁ

ଖବରଦାତା ସମ୍ମିଳନୀରେ ରାଜମିସ୍ତ୍ରୀ, ନିର୍ମାଣ ଶ୍ରମିକ ସଙ୍ଗଠନ ସଦସ୍ୟମାନେ ଅଭିଯୋଗ ଜଣାଉଛନ୍ତି ।

ବନ୍ଦ କରାଯାଇଥିବା କହି ସଂଘ ସଦସ୍ୟମାନେ ଅସନ୍ତୋଷବ୍ୟକ୍ତ କରିଥିଲେ। ଦଲାଲଙ୍କ ଦ୍ବାରା ଲାଞ୍ଚ ଦେଲେ ହିଁ ପଞ୍ଜୀକୃତ କାର୍ଡ ଶୀଘ୍ର ମିଳୁଛି, ତେଣୁ ଗରିବ ଶ୍ରମିକମାନେ ଦଲାଲଙ୍କ ପାଖରେ ଅଧିକ ସଂଖ୍ୟାରେ ଯାଉଛନ୍ତି। ଅନଲାଇନ ପଞ୍ଜୀକରଣ ଆବେଦନ ପରେ ମଧ୍ୟ ଯିଏ ଦଲାଲ ଧରିକି ଟଙ୍କା ଦେଲା ତାଙ୍କୁ ଆଗ ପଞ୍ଜିକରଣ

ପତ୍ର ମିଳିଯାଉଛି ବୋଲି ଅଭିଯୋଗ କରିଥିଲେ। ୨ ବର୍ଷ ହେବ ନିର୍ମାଣ ଶ୍ରମିକଙ୍କୁ ନିର୍ମାଣ ଶ୍ରମିକ ସହାୟତା ସଠିକ୍ ଭାବରେ ମିଳି ନାହିଁ ବୋଲି କହିଥିଲେ। ଏହି ଖବରଦାତା ସମ୍ମିଳନୀରେ ଜିଲ୍ଲା ଉପଦେଷ୍ଟା ସିରଜ୍‌ଉଦ୍ଦିନ ଅହମ୍ମଦ, ଜିଲା ସଭାପତି ବିପିନ ନାଗ, ସହସମ୍ପାଦକ ରାଜେଶ ଜାନିଙ୍କ ସମେତ ସଂଘ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *