Headlines – ଖଲ୍ଲିକୋଟ ପୋଲିସ୍ ଆନୁକୁଲ୍ୟରେଚିଲିକା କୂଳ ହେଲା ପ୍ଲାଷ୍ଟିକ୍ ମୁକ୍ତ ।
(କଳିଙ୍ଗ ଫୋକସ୍/ ଖଲ୍ଲିକୋଟ ରୁ ଶିବରାମ ଜେନା
ବ୍ଳକ୍ କରେସ୍ ପଣ୍ଡେନସ୍ ) ।
Subject – ଖଲ୍ଲିକୋଟ:୧୫/୦୩ , ପରିବେଶ ସୁରକ୍ଷା ତଥା ପ୍ରାକୃତିକ ସଂପଦର ରକ୍ଷା ବେଳେ
ଚିଲିକା କୂଳରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଚାଲିଛି
ବିଭିନ୍ନ ପ୍ରକାର ସଚେତନତା ।ଏ ଅବସରରେ
ରେ ଛତ୍ର ପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଖଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ
ଙ୍କ ତତ୍ତ୍ଵାବଧାନତା ରେ , ଖଲିକୋଟ ବ୍ଳକ୍ ଅନ୍ତର୍ଗତ
କେଶପୁର ପଞ୍ଚାୟତ ର ତେନ୍ତୁଳିଆପଡା ର ଚିଲିକା କୂଳ ରେ ପଡି ରହିଥିବା ପ୍ଲାଷ୍ଟିକ ର ବିଭିନ୍ନ ଜିନିଷ କୁ ଗୋଟାଇ ସଫାକରା ଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ସହଯୋଗୀ ତାର ହାତ ବଢ଼ାଇଥିଲେ ଖଲ୍ଲିକୋଟ ପୋଲିସ୍ ବାହିନୀ, ସ୍ଥାନୀୟ ସରପଞ୍ଚ, ୱାର୍ଡ ମେମ୍ବର
ଗଣ, ସ୍ବେଚ୍ଛାସେବୀ ସଙ୍ଗଠନ ର ୧୭୦ଜଣ, ତଥା
ଗ୍ରାମ ବାସୀ ମାନେ ବୋଲି ଜଣାପଡିଛି।ଏହାର
ମୂଳ ଉଦ୍ଦେଶ୍ୟ ଜନସାଧାରଣ ଙ୍କୁ ସଚେତନ କରାଇବା। ପ୍ଲାଷ୍ଟିକ୍ ର ବହୁଳ ବ୍ୟବହାର ଦ୍ଵାରା
କେମିତି ଆମର ଜୀବନ ଉପରେ ପ୍ରଭାବ ପ୍ରତିଫଳିତ ହୋଇଥାଏ । ତା ସହିତ ପରିବେଶ ପ୍ରଦୂଷିତ
ହୋଇଥିବା ବିଷୟରେ ଲୋକଲୋଚନକୁ ଆଣିବା
ଏହାର ଲକ୍ଷ୍ୟ ହେଉଛି। ଉକ୍ତ କାର୍ଯ୍ୟକ୍ରମ ସକାଳ
୬ଘଣ୍ଟିକା ଠାରୁ ସକାଳ ୯ଘ ୩୦ ପଯ୍ୟନ୍ତ ଚାଲିଥିବା
ଜଣାପଡିଛି। ଖଲ୍ଲିକୋଟ ରୁ ଶିବରାମ ଜେନା କଳିଙ୍ଗ ଫୋକସ୍।