Header-News-Banner

ଅଙ୍ଗେଶ୍ଵରପଡ଼ା ଉଚ୍ଚ ବିଦ୍ୟାଳୟରେ ପୁରାତନ ଛାତ୍ର ସମାବେଶ ଅନୁଷ୍ଠିତ।

0
WhatsApp Image 2026-03-15 at 5.47.49 PM


ନାଉଗାଁ ୧୫/୩/(ବୈଷ୍ଣବ ରାଉଳ) ନାଉଗାଁ ବ୍ଲକର ପୁରାତନ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ବିଶାଳ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ବିଦ୍ୟାଳୟ ଆରମ୍ଭରୁ ତଥା ୧୯୬୨ ମସିହାରୁ ୨୦୨୬ ପର୍ଯ୍ୟନ୍ତ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଯୋଗଦାନ କରିଥିଲେ। ସର୍ବ ପ୍ରଥମେ ବିଦ୍ୟାଳୟର ପ୍ରତିଷ୍ଠାତା ବାବା କୃଷ୍ଣଚନ୍ଦ୍ର ଦାସ ଓ ପ୍ରତିଷ୍ଠାତା ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭଗବାନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ବରିଷ୍ଠ ଛାତ୍ର ମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ସମାବେଶ ସଭାରେ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଆରମ୍ଭରୁ ଆଜିଯାଏ ସମସ୍ତ ସୁବିଧା ଅସୁବିଧା ବିଷୟରେ ନିଜନିଜର ମତ ପ୍ରକାଶ କରିବା ସହିତ ଆଗକୁ ଏହି ବିଦ୍ୟାଳୟର କିପରି ଉନ୍ନତିକରଣ କରାଯିବ ସେଥିପ୍ରତି ଆଲୋଚନା କରିଥିଲେ। ପରେପରେ ସମସ୍ତ ବ୍ୟାଚର ଛାତ୍ରଛାତ୍ରୀ ମାନେ ନିଜନିଜର ପୁରାତନ ବନ୍ଧୁ ମାନଙ୍କୁ ପାଖରେ ପାଇ ନିଜନିଜ ଭିତରେ ସୁଖଦୁଃଖ ବାଣ୍ଟିଥିଲେ। ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ଅଜୟ କୁମାର ଦଳାଇ, ରବୀନ୍ଦ୍ର କୁମାର ସ୍ୱାଇଁ, ଶିଶିର କୁମାର ନାୟକ, ଗିରିଧାରୀ ପୁହାଣ, ଉପେନ୍ଦ୍ରନାଥ ବିଶ୍ଵାଳ, ନିଲୁରାମ ଜେନାଙ୍କ ସମେତ ବହୁ ବରିଷ୍ଠ ଓ କନିଷ୍ଠ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *