49ତମ ରାଜ୍ୟ ସ୍ତରୀୟ ବସନ୍ତ ମହୋତ୍ସବ, ଋତୁରାଜଙ୍କ ଆଗମନରେ ମଧୁମୟ ହୁଏ ସୃଷ୍ଟି
ଖଇରା,( ସଂଜୟ କୁମାର ବେହେରା)15/3 )ଖଇରା ସାହିତ୍ୟ ସଂସଦ ଆନୁକୂଲ୍ୟରେ 49ତମ ରାଜ୍ୟସ୍ତରୀୟ ବସନ୍ତ ମହୋତ୍ସବ ରବିବାର ଦିନ ଖଇରା ବ୍ଲକ ଅଧୀନ ଗୋଳିହା ଚଣ୍ଡିମାତା ଉଚ୍ଚ ବିଦ୍ୟାପୀଠ ପରିସର ରେ ଅନୁଷ୍ଠିତ ହୋଇ ଯାଇଛି | ମାୟାଧର ନାୟକ ଙ୍କ ପୌରାହିତ୍ୟ ରେ ଆୟୋଜିତ ସାହିତ୍ୟ ସମାରୋହ ରେ ବ୍ରଜମୋହନ ମିଶ୍ର ମୁଖ୍ୟ ଅତିଥି,ପ୍ରତିଷ୍ଠାତା ସମ୍ପାଦକ ବ୍ରଜେନ୍ଦ୍ର ନାଥ ଗିରି ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଋତୁରାଜ ଙ୍କ ଆଗମନ ରେ ସୃଷ୍ଟି ମଧୁମୟ ହୋଇଥାଏ ବୋଲି ପ୍ରକାଶ କରିଥିଲେ | ଡ ପ୍ରମୋଦ କୁମାର ନାୟକ,ବିଶିଷ୍ଟ ପାଲାଗାୟକ ହରିହର ପାଣିଗ୍ରାହୀ,ଗୋପୀନାଥ ବେହେରା ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ | ଡା ଶ୍ରୀକାନ୍ତ ମହାନ୍ତି ଙ୍କ ଲିଖିତ ମହାମିଳନ ଓ ଅନନ୍ତ ମହାପାତ୍ର ଙ୍କ ରଚିତ ଏକାଙ୍କିକା ମାଳା ଅତିଥି ମାନଙ୍କ ଦ୍ୱାରା ଲୋକାର୍ପଣ କରାଯାଇଥିଲା | ସୁରମା ପାଣି ଙ୍କ ସଂଯୋଜନା ରେ 70ଜଣ କବି ସ୍ୱରଚିତ କବିତା ପାଠ କରିଥିବା ବେଳେ, ସମ୍ପାଦକ ରଘୁନାଥ ପତ୍ରୀ ବିବରଣୀ ପାଠ, ଶଶିକାନ୍ତ ଦାସ ମଞ୍ଚ ଆହ୍ୱାନ, ଅନନ୍ତ କିଶୋର ମହାପାତ୍ର ଅତିଥି ପରିଚୟ ଏବଂ ହରେକୃଷ୍ଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ