Header-News-Banner

ମାତାକୁପା ସଂରକ୍ଷିତ ଜଙ୍ଗଲରୁ ୩କୁଇଣ୍ଟାଲ ୮୬ କେଜି ଗଞ୍ଜେଇ ଜବତ, ମାଫିଆ ଫେରାର

0
WhatsApp Image 2026-03-15 at 7.33.23 PM

କଣ୍ଟାମାଳ:୧୫:୦୩:୨୦୨୬:( ପୂର୍ଣ୍ଣ ଚରଣ ସାହୁ )ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ପୁଲିସ ପକ୍ଷରୁ ବରଗାଁ ପଞ୍ଚାୟତ ମାତାକୁପା ଗ୍ରାମ ନିକଟ ସଂରକ୍ଷିତ ଜଙ୍ଗଲ ରେ ଚଢ଼ାଉ କରି ବ୍ୟାପକ ଗଞ୍ଜେଇ ଜବତ କରିଥିବା ବେଳେ ସୂଚନା ପାଇ ମାଫିଆମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି | ସୂଚନା ଅନୁସାରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ କଣ୍ଟାମାଳ ଥାନାଧିକାରୀ ବାସୁଦେବ ଭୋଇ ଙ୍କ ନେତୃତ୍ୱରେ ଏକ ପୁଲିସ ଟିମ କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତ ର ମାତାକୁପା ଗାଁ ନିକଟ ସଂରକ୍ଷିତ ଜଙ୍ଗଲରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଏହି ଟିମ ଚଢ଼ାଉ କରିଥିଲା | ପୁଲିସର ଚଢ଼ାଉ ସମ୍ପର୍କରେ ସୁରାକ ପାଇ ମାଫିଆମାନେ ଘଟଣାସ୍ଥଳରୁ ଚମ୍ପଟ ହୋଇଯାଇଥିଲେ l ଘଟଣାସ୍ଥଳରୁ ପୁଲିସ ଗଞ୍ଜେଇ ଭର୍ତ୍ତି ବସ୍ତା ଜବତ କରିଥିଲା l ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଜବତ ଗଞ୍ଜେଇ କୁ ଓଜନ କରିଥିଲେ । ଜବତ୍ ଗଞ୍ଜେଇର ପରିମାଣ ୩ କୁଇଣ୍ଟାଲ ୮୬କେଜି ହୋଇଥିବା କଣ୍ଟାମାଳ ପୁଲିସ ସୂଚନା ଦେଇଛି | ଏ ସଂକ୍ରାନ୍ତରେ କଣ୍ଟାମାଳ ଥାନରେ ଏନଡିପିଏସ ଆକ୍ଟ ରେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଥିବା କଣ୍ଟାମାଳ ଥାନାଧିକାରୀ ବାସୁଦେବ ଭୋଇ ସୂଚନା ଦେଇଛନ୍ତି l ଏହି ଚଢ଼ାଉ ରେ କଣ୍ଟାମାଳ ଥାନାର ଥାନାଧିକାରୀ ଇନ୍ସପେକ୍ଟର ବାସୁଦେବ ଭୋଇ ଙ୍କ ସମେତ ଏସଆଇ ପ୍ରକାଶ ଭୋଇ, ଏଏସଆଇ ଅଭୟ ପ୍ରଧାନ, ହାବିଲଦାର ମାନସ ପ୍ରଧାନଙ୍କ ସମେତ କନେଷ୍ଟବଳ, ଗୃହରକ୍ଷୀ ଆଇଆରବି ଷ୍ଟାଫ ସାମିଲଥିଲେ

Spread the love

Leave a Reply

Your email address will not be published. Required fields are marked *