Header-News-Banner

ଗଞ୍ଜେଇ ସହ ବାଇକ ଜବତ, ଦୁଇଜଣ ଗିରଫ

0
WhatsApp Image 2026-03-15 at 7.33.24 PM

କଣ୍ଟାମାଳ ୧୫:୦୩:୨୦୨୬: (ପୂର୍ଣ୍ଣ ଚରଣ ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ପୁଲିସ ପକ୍ଷରୁ ପେଟ୍ରୋଲିଙ୍ଗ ଚାଲିଥିବା ସମୟରେ କଣ୍ଟାମାଳ ଥାନା ନିକଟ ଶିମିଳିଯୋରା ଛକ ରୁ ଏକ ବାଇକ ସହ ଗଞ୍ଜେଇ ଜବତ କରିଥିବା ବେଳେ ଦୁଇ ଜଣ ମାଫିଆ କୁ ଗିରଫ କରିଛି ପୁଲିସ | ସୂଚନା ଅନୁସାରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ କଣ୍ଟାମାଳ ଥାନାଧିକାରୀ ବାସୁଦେବ ଭୋଇ ଙ୍କ ନେତୃତ୍ୱରେ ଏକ ପୁଲିସ ଟିମ କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ- କଣ୍ଟାମାଳ ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିଲେ l ସେହିସମୟରେ ମାତାକୁପା ପଟୁ କଣ୍ଟାମାଳ ଦିଗକୁ ଆସୁଥିବା ଏକ ବାଇକ କୁ ଶିମିଳିଯୋରା ଛକରେ ସନ୍ଦେହରେ ପୁଲିସ ଅଟକାଇ ଯାଞ୍ଚ କରିଥିଲା | ଯାଞ୍ଚ ସମୟରେ ବାଇକ ରୁ ଗଞ୍ଜେଇ ଜବତ କରିଥିଲା ପୁଲିସ l ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଜବତ ଗଞ୍ଜେଇ କୁ ଓଜନ କରିବାରୁ ଜବତ୍ ଗଞ୍ଜେଇର ପରିମାଣ ୨୧ କେଜି ହୋଇଥିବା ବେଳେ ଗିରଫ ଅଭିଯୁକ୍ତ ମାନେ ହେଲେ ଉତ୍ତର ପ୍ରଦେଶ ର ଗାଙ୍ଗପୁର ଜିଲ୍ଲା ର ବାର୍ଡ଼ ଥ୍ରୀ ଫିଆଜଗଞ୍ଜ ବେହେଟାଥାନା ଅନ୍ତର୍ଗତ ସାହିର ଅଲ୍ଲୀ ଓ ନାହେଁ ଅଲ୍ଲୀ ( ୨୩) ବୋଲି
କଣ୍ଟାମାଳ ପୁଲିସ ସୂଚନା ଦେଇଛି | ଏ ସଂକ୍ରାନ୍ତରେ କଣ୍ଟାମାଳ ଥାନା ରେ ଏନଡିପିଏସ ଆକ୍ଟ ରେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଗିରଫ ଅଭିଯୁକ୍ତ ଦ୍ବୟ କୁ କୋର୍ଟ ଚାଲାଣ କରାଯିବ ବୋଲି କଣ୍ଟାମାଳ ଥାନାଧିକାରୀ ବାସୁଦେବ ଭୋଇ ସୂଚନା ଦେଇଛନ୍ତି l ଏହି ଚଢ଼ାଉ ରେ କଣ୍ଟାମାଳ ଥାନାର ଥାନାଧିକାରୀ ଶ୍ରୀ ଭୋଇ ଙ୍କ ସମେତ ଏସଆଇ ପ୍ରକାଶ ଭୋଇ, ଏଏସଆଇ ଅଭୟ ପ୍ରଧାନ, ହାବିଲଦାର ହିମାଂଶୁ ଡାଙ୍ଗ,ମାନସ କୁମାର ପ୍ରଧାନ, ହୋମଗାର୍ଡ ଲକ୍ଷ୍ମୀକାନ୍ତ ସାହୁ ସମେତ ଆଇଆରବି ଷ୍ଟାଫ ସାମିଲଥିଲେ l

Spread the love

Leave a Reply

Your email address will not be published. Required fields are marked *