ଜୟନ୍ତପୁର ରୁ ବେହେରା ରାସ୍ତାର ଅବସ୍ଥା ସଙ୍କଟାପନ୍ନ, ଶୀଘ୍ର ମରାମତି କରିବାକୁ ଅଞ୍ଚଳବାସୀଙ୍କ ଦାବୀ
କଳାହାଣ୍ଡି,ଧର୍ମଗଡ ଉପଖଣ୍ଡ ୧୫/୦୩: ରୁପେନ୍ଦ୍ର ସୁନାନୀ:
କଳାହାଣ୍ଡି ଜିଲ୍ଲା,ଧର୍ମଗଡ ବ୍ଲକ୍, ଜୟନ୍ତପୁର ରୁ ବେହେରା କୁ ସଂଯୋଗ କରୁଥିବା ରାସ୍ତା ପାଲଟିଛି ମରଣଯନ୍ତା। ବେହେରା ଦଣ୍ଡପାଟ ଅଞ୍ଚଳର ଏକ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ସ୍ଥଳ ହୋଇଥିବାରୁ ଏହି ଜୟନ୍ତପୁର ରାସ୍ତା ଦେଇ ଶହ ଶହ ଗାଡି ମଟର ଚଳାଚଳ କରୁଥିବା ସହ ଅନେକ ଜନ ସାଧାରଣ ମଧ୍ୟ ଯିବା ଆସିବା କରିଥାନ୍ତି।ରାସ୍ତାରେ ସରକାରୀ ବସ,ଆମ୍ବୁଲାନ୍ସ ଚଳାଚଳ ମଧ୍ଯ କରୁଛି। ପ୍ରତିଦିନ ଏହି ରାସ୍ତା ଦେଇ ଅନେକ ଛାତ୍ରଛାତ୍ରୀ ବେହେରା କୁ ପଢ଼ିବା ପାଇଁ ଯିବା ଆସିବା କରୁଛନ୍ତି।ପିଚୁ ଖୋଲି ଯାଇ ମେଟାଲ ବାହାରି ପଡି ଥିବାରୁ ଲୋକଙ୍କୁ ଯିବା ଆସିବାରେ ନାନା ସମସ୍ୟା ଦେଖା ଦେଇଛି। ବେଳେ ବେଳେ ଏହି ରାସ୍ତାରେ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି। ଏହି ରାସ୍ତାର ଅବସ୍ଥା ଏତେ ଖରାପ ହୋଇ ପଡ଼ିଛି ଯେ ଯିଏ ନ ଦେଖିବ ସେ ବିଶ୍ଵାସ କରିବ ନାହିଁ।ଏହି ରାସ୍ତା ଦେଇ ଅଞ୍ଚଳର ଜନ ପ୍ରତିନିଧି, ରାଜ ନେତା ଯିବା ଆସିବା କରୁଛନ୍ତି।କିନ୍ତୁ ସମସ୍ତେ ନୀରବ ଦ୍ରଷ୍ଟା ସାଜିଛନ୍ତି। ପ୍ରଶାସନ ମଧ୍ୟ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ପଡ଼ିଛି। ଏଣୁ ଅତି ଶୀଘ୍ର ପ୍ରଶାସନ ପକ୍ଷରୁ ଏହି ରାସ୍ତାର ମରାମତି କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ ହେଉଛି।