ଆଧ୍ୟାତ୍ମିକ,ସାଂସ୍କୃତିକ ପରିବେଶ ସୃଷ୍ଟି କରିଥାଏ ହରିନାମ ସଙ୍କୀର୍ତ୍ତନ
ସାରସକଣା:୧୬/୦୩(ପ୍ରଶାନ୍ତ କୁମାର ସାମନ୍ତରାୟ)
ସାରସକଣା ବ୍ଲକ ଅଧିନସ୍ଥ ରଜାଲୋକା ପଞ୍ଚାୟତ
ବେଲବରିଆ ଗ୍ରାମର ଜନସାଧାରଣଙ୍କୁ ଧାର୍ମୀୟ ବାତାବରଣର ସଙ୍କୀର୍ତ୍ତନ ମାଧ୍ୟମରେ ଆକୃଷ୍ଟ କରିବା ନିମନ୍ତେ ମଙ୍ଗ ଧରିଥିଲେ ଗ୍ରାମର ବାସିନ୍ଦା ମିତିନା ସେଠୀ।ତାଙ୍କ ଉଦ୍ୟମରେ ଆଜକୁ ଦୀର୍ଘ ୩୧ ବର୍ଷ ପୂର୍ବ ୧୯୯୫ ମସିହାରୁ ଅଦ୍ୟାବଧି ସମାଜର ଜନସାଧାରଣଙ୍କ ହିତ କାମନା ଓ ଗ୍ରାମବାସୀଙ୍କୁ ଧର୍ମୀୟ ଦିଗରେ ଅନୁପ୍ରାଣିତ କରିବାର ଚେଷ୍ଟା ଜାହିର ରଖିଥିଲେ।ଏପରିପ୍ରେକ୍ଷୀରେ ସେ ନିଜସ୍ଵ ଅର୍ଥରେ ପ୍ରତିବର୍ଷ ଚୈତ୍ର ମାସର ପ୍ରଥମ ଦିବସରେ ଆୟୋଜନ କରିଆସୁଛନ୍ତି ଅଷ୍ଟମ ପ୍ରହର ହରିନାମ୍ ସଙ୍କୀର୍ତ୍ତନ।ଉକ୍ତ ଧର୍ମୀୟ କାର୍ଯ୍ୟକ୍ରମକୁ ନେଇ ଗତ ଶନିବାର ୧୪ ତାରିଖ ହରିମଣ୍ଡପରେ ଗୋଲାମୁଣ୍ଡାକଟା ଗ୍ରାମର ବୈଷ୍ଣବ ମହାରାଜ ରାଜ ଦାସଙ୍କ ତତ୍ତ୍ଵାବଧାନରେ ହରି ମଣ୍ଡପରେ ସଂକଳ୍ପଧାରୀ ଶିରିଶ ଚନ୍ଦ୍ର ସେଠୀ ଓ ତାଙ୍କ ସହ ଧର୍ମୀଣୀ ସୀତା ସେଠୀଙ୍କ ଦ୍ଵାରା ଅଧିବାସ ପର୍ବର ପଞ୍ଚଘଟ ସ୍ଥାପନା କରାଯାଇଥିଲା। ଏଥିରେ ଗ୍ରାମର ଶତାଧିକ ମହିଳା ପୁରୁଷ ଅଂଶଗ୍ରହଣ କରି ରାଧା କୃଷ୍ଣ ଙ୍କ ଚଳନ୍ତି ପ୍ରତିମାକୁ ପୂଜା ଆରାଧନା କରିଥିଲେ।ଶଙ୍ଖ ହୁଳହୁଳି ଘଣ୍ଟ ବାଦ୍ୟରେ ଗ୍ରାମ ମୁଖରିତ ହୋଇଥିଲା।ତତ୍ ପର ଦିବସ ଗତକାଲି ରବିବାର ବ୍ରହ୍ମ ମୁହୂର୍ତ୍ତରେ ବୈଷ୍ଣବ ମହାରାଜଙ୍କ ଦ୍ୱାରା ଷୋହଳ ମହାମନ୍ତ୍ରକୁ ନେଇ ସଙ୍କୀର୍ତ୍ତନ ଆରମ୍ଭ କରାଯାଇଥିଲା। ହରିନାମ ଶ୍ରବଣ ପୂର୍ବକ ମହାମନ୍ତ୍ର ଅମୃତରସ ପାନ କରିବାପାଇଁ ଗ୍ରାମ ତଥା ଆଖପାଖ ବିଭିନ୍ନ ଗ୍ରାମର ଶ୍ରଦ୍ଧାଳୁ ଭକ୍ତଙ୍କ ଗହଣରେ ସଙ୍କୀର୍ତ୍ତନ ମଣ୍ଡପ ଲୋକାରଣ୍ୟ ହୋଇଥିଲା।ଏଥିରେ ଅଞ୍ଚଳର ବିଭିନ୍ନ ପ୍ରାନ୍ତର ରୁ ବଛାବଛା ସଙ୍କୀର୍ତ୍ତନ ମଣ୍ଡଳୀ କୁ ନେଇ ମହାମନ୍ତ୍ର ହରେ କୃଷ୍ଣ ହରେ ରାମ ଗାନ କରାଯାଇଥିଲା।ଆଜି ସୋମବାର ୧୬ ତାରିଖ ଗ୍ରାମବାସୀ ଙ୍କୁ ନେଇ ଦଧି ଉତ୍ସବ ପାଳନ କରିବା ସହିତ ଉକ୍ତ ବେଲବରିଆ ଗ୍ରାମର ଘର ଘର ପରିଭ୍ରମଣ କରି ଦଧି ପସରା ବିତରଣ କରାଯାଇଥିଲା। ଦୀର୍ଘଦିନ ରୁ ବେଲବରିଆ ଗ୍ରାମର ସ୍ବର୍ଗତ ମିତୀନା ସେଠୀ ଙ୍କ ଆୟୋଜିତ କରିଆସୁଥିବା ଏ ଧାର୍ମିକ କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ସ୍ବାଗତ ଜଣାଇବା ସହିତ ଗ୍ରାମ ଟିକୁ ଏକ ଧାର୍ମିକ ବାତାବରଣ ମଧ୍ୟରେ ଜନସାଧାରଣ ଙ୍କୁ ବେଶ ପ୍ରଭାବିତ କରିଥିବା ସ୍ପର୍ଶୀୟ ବାତାବରଣ ସୃଷ୍ଟି କରିପାରିଛି।ଉକ୍ତ କାର୍ଯ୍ୟକ୍ରମ ଟିକୁ ବିକାଶ ବେହେରା,ବନ୍ଧନ ସେଠୀ,ଅଜୟ ସାହୁ,ନଚିକେତା ମାଲ,ଗିରିଶ ଚନ୍ଦ୍ର ସେଠୀ ଙ୍କ ସହିତ ଗ୍ରାମର ଯୁବଗୋଷ୍ଠୀ ପରିଚାଳନାରେ ସହଯୋଗ କରିଥିଲେ।