Header-News-Banner

ବିଜେପୁର ବ୍ଲକ ରେ ମନରେଗା ଜନଶୁଣାଣି

0
WhatsApp Image 2026-03-20 at 8.41.59 AM


ବିଜେପୁର -୧୮ /୩ (ଅମୁଲ୍ୟ ସୁନା )ବିଜେପୁର ପଂଚାୟତ ସମିତି ସଭାଗୃହରେ ମନରେଗା ଯୋଜନା ର ବ୍ଲକ ସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଳାପରିଷଦ ବରଗଡ ର ଶ୍ରୀଯୁକ୍ତ କିଶୋର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏହିକାର୍ଯ୍ୟକ୍ରମରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସରୋଜ ବିଶ୍ୱାଳ ଜନଶୁଣାଣି ର ଆଭିମୁଖ୍ୟ ପ୍ରଦାନ କରିଥିବା ବେଳେ ଜିଲ୍ଲା ସାମାଜିକ ସମୀକ୍ଷକ ଶ୍ରୀଯୁକ୍ତ ଆନନ୍ଦ ପଧାନ ଓ ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଜୟକୃଷ୍ଣ ଡାନସନା ଯୋଗଦେଇ ଯୋଜନା ର ଉପକାରିତା ତଥା ସମୀକ୍ଷା, ଉତ୍ତରଦାୟୀତ୍ୱ ଓ ସ୍ୱଚ୍ଛତା ଉପରେ ଆଲୋକପାତ କରିଥିଲେ। ଗୋଷ୍ଠୀ ସାମାଜିକ ସମୀକ୍ଷକ ଶ୍ରୀଯୁକ୍ତ ରଜତ ଗଡତିଆ ସାମାଜିକ ସମୀକ୍ଷା ପ୍ରକ୍ରିୟା ସହିତ ମନରେଗା ରେ ପଂଚାୟତସମିତି, ବନବିଭାଗ,ଗ୍ରାମପଞ୍ଚାୟତ, ମୃତ୍ତିକା ସଂରକ୍ଷଣ, ଉଦ୍ୟାନ ବିଭାଗ ଏବଂ ଜାଲଛାୟା ବିଭାଗ ଦ୍ୱାରା ହୋଇଥିବା ବିଭିନ୍ନ ପ୍ରକଳ୍ପ ର ନଥିପତ୍ର ଯାଞ୍ଚ ଓ କ୍ଷେତ୍ରପରିଦର୍ଶନ ସମୟରେ ବିଜେପୁର ବ୍ଲକ ର ୨୩ ଟି ପଂଚାୟତ ରୁ ବାହାରିଥିବା 249 ଗୋଟି ସମସ୍ୟା ଓ ଅଭିଯୋଗ ର ସମାଧାନ ବାବଦରେ ଆଲୋଚନା କରିଥିଲେ।ସାମାଜିକ ସମୀକ୍ଷା ଗ୍ରାମସଭା ରେ ଉଠିଥିବା ବିଭିନ୍ନ ସମସ୍ୟା ର ଶୁଣାଣି ହୋଇଥିଲା। ତନ୍ମଧ୍ୟରୁ ସମାଧାନ ହୋଇନଥିବା ସମସ୍ୟା ର ସମାଧାନ ପାଇଁ ଦିନ ଧାର୍ଯ୍ୟ କରିବା ପାଇଁ ପ୍ରସ୍ତାବ ଆଗତ କରାଗଲା।ଏହିସମୟରେ ବିଜେପୁର ବ୍ଲକ ରେ 2025-26ଆର୍ଥିକ ବର୍ଷ ରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଜରିଆରେ 1288 ଗୋଟି ପ୍ରକଳ୍ପ ମାଧ୍ୟମରେ ମୋଟ 9,86,82,000/- ଟଙ୍କା ଖର୍ଚ୍ଚ କରାଯାଇଥିଲା ବେଳେ 10879 ଜଣ ଶ୍ରମିକ ଙ୍କ ଦ୍ୱାରା 349692 ଟି ଶ୍ରମଦିବସ ସୃଷ୍ଟି କରାଯାଇଥିଲା ଯେଉଁଥିରେ 206 ଟି ପରିବାର 100 ଦିନ ର କାମ ପୂରଣ କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ସମସ୍ତ ସରପଞ୍ଚ, ସମିତି, ପିଇଓ, ଏନ ଡି ଇ ଓ / ଜି ଆର ଏସ, ଲାଇନ ଡିପାର୍ଟମେଣ୍ଟ ଅଧିକାରୀ, ସମସ୍ତ ଭି ଆର ପି, ଜବକାର୍ଡ ଧାରୀ ଓ ଜନସାଧାରଣ ଉପସ୍ଥିତ ରହିଥିଲେ ଶେଷରେ ଏ ପି ଓ ଅଶୋକ ମୁଦି ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *