Header-News-Banner

ବଡଟେମରା, ସରକାରୀ (ଏସ ଏସ ଡି )ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

0
WhatsApp Image 2026-03-20 at 10.45.31 AM


ଝରିଗାଁ। ତା 19/03/2026- ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ଟେମରା ପଂଚାୟତ ସଦର ମହକୁମା ସ୍ଥିତ ସରକାରୀ (ଏସ ଏସ ଡି )ଆଶ୍ରମ ବିଦ୍ୟାଳୟ ଠାରେ ଗୁରୁବାର ଦିନ ବିଦ୍ୟାଳୟର ବାର୍ଷିକ ଉତ୍ସବ ବେଶ ସମାରୋହରେ ପାଳିତ ହୋଇଯାଇଛି |ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୃସିଂହ ଚରଣ ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଝରିଗାଁ ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ବଡଟେମରା ସରପଞ୍ଚ ଯମୁନା ମୁଦୁଲି,ପୂର୍ବତନ ବ୍ଲକ ଅଧ୍ୟକ୍ଷ ପଦ୍ମନାଭ ପାଣ୍ଡେ,ସ୍କୁଲ ସଭାପତି ନୀଳାମ୍ବର ମୁଦୁଲୀ, ସମାଜସେବୀ ପ୍ରତାପ ଦୁରିଆ,ସମାଜସେବୀ ଦେବିସିଂ ମୁଦୁଲି, ବରିଷ୍ଠ ବିଜେପି କର୍ମୀ କୃଷ୍ଣଚନ୍ଦ୍ର ମାଝୀ, ବଡ଼ନୀ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସପନ ହାଲଦାର ପ୍ରମୁଖ ମଞ୍ଚାସିନ ରହିଥିଲେ |ବଡଟେମରା ଆଶ୍ରମ ବିଦ୍ୟାଳୟର ସହ ଶିକ୍ଷକ ଉମା ଶଙ୍କର ବିଷୋୟୀ ମଞ୍ଚ ପରିଚାଳନା କରି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ସ୍ଥଳେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣେଇବା ସହିତ ଅତିଥି ମାନଙ୍କୁ ମଞ୍ଚାସିନ କରେଇଥିଲେ |ପରେ ମଞ୍ଚରେ ସ୍ଥାପିତ ଥିବା ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ପାଖରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା |ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସ୍ୱାଗତ ସଂଗୀତ ଗାଇ ଅତିଥି ମାନଙ୍କୁ ସ୍ୱାଗତ ଜଣେଇବା ପରେ ଅତିଥିମାନେ ମଞ୍ଚାସିନ ହୋଇଥିଲେ |ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାର୍ଷିକ ବିବରଣୀ ପାଠ କରି ବିଦ୍ୟାଳୟର ସୁକୃତି ଓ ସମସ୍ୟା ସବୁ ଉପସ୍ଥାପନା କରିଥିଲେ |ପରେ ଅତିଥି ମାନଙ୍କ ହସ୍ତରେ ବିଭିନ୍ନ ପ୍ରତିଯୋଗିତାରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା |ଶେଷରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ନୃତ୍ୟ ସବୁ ପରିବେଷଣ କରି ଅତିଥି ଓ ଉପସ୍ଥିତ ଜନସାଧାରଣଙ୍କ ମନୋରଞ୍ଜନ କରିଥିଲେ |ବିଦ୍ୟାଳୟର ସହ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ |ଝରିଗାଁ ରୁ ମୁରଲୀଧର ହରିଜନ ଙ୍କ ରିପୋର୍ଟ କଳିଙ୍ଗ ଫୋକସ।

Spread the love

Leave a Reply

Your email address will not be published. Required fields are marked *