ରମେଶ ଜେନା ଙ୍କ ନିଲମ୍ୱିତ ଘଟଣା କୁ ନେଇ ଭକ୍ତ ଦାସଙ୍କୁ ଛି ଛି ଥୁ ଥୁ
ସାନଖେମୁଣ୍ଡି:୨୨/୦୩/୨୬(ରଜତ ପଟ୍ଟନାୟକ)ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ କଂଗ୍ରେସରୁ ନିଲମ୍ବନ ପରେ ରାଜ୍ୟ କଂଗ୍ରେସରେ ହଲଚଲ୍ ସୃଷ୍ଚି ହୋଇଛି।ଗଣମାଧ୍ୟମ ଆଉ ସୋସିଆଲ ମିଡିଆରେ ଉଭୟ ପିସିସି ସଭାପତି ଭକ୍ତ ଦାସ ଆଉ ତାଙ୍କ କଂଗ୍ରେସ ବିଧାୟକ ପୁତ୍ରଙ୍କ ସହ ନିଲମ୍ବିତ ଗଞ୍ଜାମ ପଶ୍ଚିମ ଜିଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକଙ୍କ ବାକ୍ୟ ବାଣରେ କମ୍ପୁଛି ରାଜ୍ୟ କଂଗ୍ରେସ।ତେଣେ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଓଡ଼ିଶାରୁ ଯାଇ ଦିଲ୍ଲୀରେ ନିଜର ଆଧିପତ୍ୟ ଜାହିର କରିବାରେ ବ୍ୟସ୍ତ ରହୁଥିବା ବେଳେ ରାଜ୍ୟ ବରିଷ୍ଟ କଂଗ୍ରେସ ନେତାଙ୍କ ଏହି ଘଟଣାରେ ସମଦୂରତା ରଖୁଥିବା ଲକ୍ଷ କରାଯାଇଛି।ତେବେ ଗଞ୍ଜାମ କଂଗ୍ରେସର ଲଢ଼ୁଆ ନେତା ତଥା ଗଞ୍ଜାମ ଟାଇଗର ଭାବେ ପରିଚିତ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବିଧାୟକ ରମେଶ ଜେନାଙ୍କ କଂଗ୍ରେସ ଦଳରୁ ନିଲମ୍ବନ ହେବା ଘଟଣାରେ ଜିଲ୍ଲା କଂଗ୍ରେସ କର୍ମୀଙ୍କ ସହ ସାଧାରଣ ଆର୍ ଜେ ସମର୍ଥକ ମାନେ ଅସନ୍ତୋଷ ପ୍ରକାଶ କରିଥିବା ର ପ୍ରଭାବ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । ଜିଲ୍ଲାର ପ୍ରାୟ ବ୍ଲକରେ କଂଗ୍ରେସ ପକ୍ଷରୁ ବିଧାୟକ ଶ୍ରୀ ଜେନାଙ୍କ ନିଲମ୍ବନକୁ ନେଇ ଦୃଢ଼ ବିରୋଧ କରାଯିବା ସହ କ୍ଷୋଭ ପ୍ରକାଶ କରି ଆୟୋଜନ କରାଯାଉଛି ସାମ୍ବାଦିକ ସମ୍ମିଳନୀ।ଏଥିରୁ ବାଦ ପଡିନି ରମେଶଙ୍କ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ।ଉଭୟ ଧରାକୋଟ ଏବଂ ସାନଖେମୁଣ୍ଡି ବ୍ଲକର ସବୁ ପଞ୍ଚାୟତରେ କଂଗ୍ରେସ ରାଜ୍ୟ ସଭାପତି ଭକ୍ତ ଚରଣ ଦାସ ଓ ବିଧାୟକ ପୁଅଙ୍କ ବିରୋଧରେ ଯୁଦ୍ଧ ଦେହିଂ ଡାକରା ଦେଇଛନ୍ତି କଂଗ୍ରେସ ଅନୁଗତ ଓ କର୍ମୀ ସଂଗଠକଙ୍କ ସହ ରମେଶଙ୍କ ସମର୍ଥକ । ପ୍ରତି ପଞ୍ଚାୟତରେ ଭକ୍ତ ଦାସ ଛି ଛି ଭକ୍ତ ଦାସ ବାପ ପୁଅ ଡାଉନ୍ ଡାଉନ୍ ନାରା ଦେଉଛନ୍ତି କଂଗ୍ରେସ ଅନୁଗତ।ଏହାସହ ଭକ୍ତ ଦାସଙ୍କ ଗଞ୍ଜାମ ବାଘ ଘାସ ଖାଇଦେବା ଉକ୍ତିକୁ ନେଇ ଭକ୍ତ ବାବୁଙ୍କୁ କରିଛନ୍ତି ତୀବ୍ର ସମାଲୋଚନା।ଏହି ଅବସରରେ ନିଲମ୍ବିତ ବିଧାୟକ ରମେଶ ଜେନାଙ୍କ ଅଞ୍ଚଳ ଅନୁପସ୍ଥିତିରେ ଚଳଚଞ୍ଚଳ ରହିଛି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ । ବିଧାୟକଙ୍କ ସମର୍ଥନରେ ବ୍ଲକ କଂଗ୍ରେସ ପକ୍ଷରୁ ଏହାର ଦୃଢ଼ ପ୍ରତିବାଦ କରାଯାଉଥିବା ବେଳେ ପଞ୍ଚାୟତ ସ୍ତରରେ ଚାଲିଛି ପ୍ରତିବାଦ ସଭା।ଆଜି ସାନଖେମୁଣ୍ଡିରେ ବିଧାୟକଙ୍କ ପଞ୍ଚାୟତ କଙ୍କୋରଡ଼ାରେ ରାଜ୍ୟ କଂଗ୍ରେସ ସଭାପତିଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ କରାଯାଇଛି ଦୃଢ଼ ବିରୋଧ। କଙ୍କୋରଡ଼ା ଗ୍ରାମରେ ହଜାରରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ଅନୁଗତ ସଙ୍ଗଠକଙ୍କ ସମାବେଶରେ କଉଡ଼ିଆ ସରପଞ୍ଚ ରୋହିତ ଖୁଣ୍ଟିଆ, ମିତ୍ରଭାନୁ ଦଳେଇ,ଜଗୁ ଜେନା,କାଳୁ ଚରଣ ସେଠୀ,ବସନ୍ତ ପାଣିଗ୍ରାହୀ,ନାରାୟଣ ରଣାଙ୍କ ସମେତ ବହୁ ପଞ୍ଚାୟତର ତୃଣମୂଳ କଂଗ୍ରେସ ସଂଗଠକ ଏକାଠି ହୋଇ ବିଧାୟକଙ୍କ ପ୍ରତି ଆସ୍ଥା ପ୍ରକଟ କରାଯିବା ସହ ତାଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର ଦାବୀ କରାଯାଇଛି।