ମଦ୍ୟପଙ୍କ ଗୁଳି ମାଡ଼ରେ ଯୁବକ ଗୁରୁତର
ନ ବ ର ଙ୍ଗ ପୁର, ୨୩/୩ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ ନବରଙ୍ଗପୁର ଝରିଗାଁ ବ୍ଳକର କୁସୁମବାହାଲ ଗାଁରେ ଫୁଟିଛି ଗୁଳି। ଏହି ଗୁଳି ଜଣେ ମଦ୍ୟପ ଚଳାଇଥିବା ବେଳେ ଏଥିରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି | ଅଭିଯୋଗ ଅନୁସାରେ, ଏକମ୍ବାପଡ଼ାର ବିଷମ ଶବର ନାମକ ଯୁବକ ପ୍ରଚୁର ମଦ୍ୟପାନ କରି ଲୋକଙ୍କ ସହ ଝଗଡ଼ା କରିଥିଲା। ଗାଁର ପାଣ୍ଡୁ ଯାନୀ ଓ ବନ୍ଧୁ ଯାନୀ ନାମକ ଦୁଇ ଯୁବକ ବୁଝାସୁଝା କରି ବିଷମକୁ ତା’ ଘରେ ଛାଡ଼ିଦେଇ ଆସିଥିଲେ I ହେଲେ ରାତିରେ ପାଣ୍ଡୁ ଯାନୀ, ବନ୍ଧୁ ଯାନୀ ଓ ରାମ ଯାନୀ ବାହାରେ କଥା ହେଉଥିବା ବେଳେ ବିଷମ ଏକ ବନ୍ଧୁକ ଆଣି ପଛ ପଟୁ ଗୁଳିମାଡ଼ କରିଥିଲା । ଗୁଳି ପାଣ୍ଡୁଙ୍କ ଅଣ୍ଟା ଓ ପିଠିରେ ଗୁଳି ବାଜିବା ଫଳରେ ତଳେ ପଡ଼ିଯାଇଥିଲା I ପାଣ୍ଡୁଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଝରିଗାଁ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି| ଏନେଇ ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।