ଶହୀଦ ଦିବସ ପଦଯାତ୍ରା ପାଳନଶହୀଦ ଦିବସ ପଦଯାତ୍ରା ଶ୍ରମଦାନ କାର୍ଯ୍ୟକ୍ରମ
ଝାରବନ୍ଧ -(ବଂଶୀଧର ନାୟକ)ଭାରତ ସରକାର ଙ୍କ ଯୁବ ଏବଂ ଖେଳ ମନ୍ତ୍ରଣାଳୟର ଅଧୀନରେ ଥିବା ମେରା ଯୁବା ଭାରତ ବରଗଡ଼ ଦ୍ବାରା ସରଗୁଳ ସ୍ଥିତ ଐତିହାସିକ ସିମୁଲିଖୋଲ ଠାରେ ମେରା ଯୁବା ଭାରତ ବରଗଡ଼ ତରଫରୁ ଜିଲ୍ଲା ସ୍ତରୀୟ ଶହୀଦ ଦିବସ ପଦଯାତ୍ରା ଅନଷ୍ଠିତ ହୋଇଥିଲା ଭାରତୀୟ ସ୍ୱାଧୀନତା ସଂଗ୍ରାମର ବୀର ସହିଦ ଭଗତ ସିଂ , ରାଜଗୁରୁ, ସୁକଦେବ ବଳିଦାନକୁ ସ୍ମାରଣ ପୂର୍ବକ ଅତିଥି ଙ୍କ ଦ୍ଵାରା ଦିପପ୍ରଜଳନ କରି ସଭା ଆରମ୍ଭ କରାଯାଇଥିଲା ଏହି କର୍ଯ୍ୟକର୍ମ ରେ ମୁଖ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ବେହେର, ସରପଞ୍ଚ ସୁନୀଲ କୁମର ରାୟ, ସମ୍ମାନିତ ଅତିଥି ଭାବରେ ସମାଜସେବୀ ଦୁର୍ଗା ପ୍ରସାଦ ଅଗ୍ରୱାଲା, ହରିହର ସାହୁ , ଉମେଶ ବିଶ୍ଵାଳ ଏବଂ ମୁଖ୍ୟ ବକ୍ତା ଭାବରେ ପତିତପାବନ ସାହୁ ଯୋଗଦାନ୍ କରିଥିଲା । ଅତିଥି ମାନେ ଶହୀଦ ବୀର ଙ୍କ ଦେଶପ୍ରେମ ,ତ୍ୟାଗ, ବଳିଦାନ ଆଦର୍ଶ କୁ ପାଥେୟ କରି ସମାଜ୍ ତଥା ନିଜର ବ୍ୟକ୍ତିତ୍ୟ ବିକାଶ କରିବା ପାଇଁ ଆହ୍ବାନ ଦେଇଥିଲେ I ଏକ ପଦଯାତ୍ରା ସିମୁଲିଖୋଲ ଠାରେ ଅନୁଷ୍ଠିତ କରାଯାଇଥିଲା l ଜିଲ୍ଲା ଯୁବ ଅଧିକାରୀ ଶ୍ରୀ କମଳ ସା ଙ୍କ ତତ୍ପଧାନ ରେ ସଭା ଅନୁଷ୍ଟିତ ହୋଇଥିଲାବେଳେ ତରୁଣ ପଟେଲ , ସନାତନ ପାଣ୍ଡେ, ଦୁର୍ଯ୍ୟୋଧନ ପାଣ୍ଡେ, ଅନିଲ ସହୁ , ଡେଭିଡ ସିଂ ବରିହା, ଅନିଲ ଲୁହାର, ଦିବ୍ୟ ରତାନ କୌଶଳ ,ଲେନିଶ ଚନ୍ଦ୍ର ସାହୁ, ରିଙ୍କୁ ପ୍ରଧାନ, ସୌରଭ ବାରିକ , ବିଜୟ ବାଗ ,ବିଜୁ କେଉଁଟ, କିଶୋର ପଟେଲ , ତ୍ରିଲୋଚନ ଗଜାକୁଶ, ଖିରସିନ୍ଧୁ ଭୋଇ , ତୁଳସୀରାମ ବରିହା ବିଶେଷ ସହଯୋଗ କରିଥିଲେ l