Header-News-Banner

କଲେଗାଁ, ମା ଠାକୁରାଣୀଙ୍କ ଚୈତ୍ରଯାତ୍ରା ଧୂମଧାମରେ ପାଳିତ |

0
WhatsApp Image 2026-03-24 at 5.54.34 PM


ଝରିଗାଁ-24.0326 ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ କୁଟ୍ରିଛାପର ପଂଚାୟତ ଅଧୀନସ୍ଥ କଲେଗାଁ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ଠାକୁରାଣୀଙ୍କ ଚୈତ୍ରଯାତ୍ରା ମଙ୍ଗଳବାର ଦିନ ବେସ ଧୁମଧାମରେ ପାଳିତ ହୋଇଯାଇଛି |ମାଙ୍କ ପର୍ବରେ ସାମିଲ ହେବାପାଇଁ କୁଟ୍ରିଛାପର ତଥା ଆଖପାଖ ଅଞ୍ଚଳର ଦେବଦେବୀ ନିଜ ନିଜ ପ୍ରତୀକ ଲାଠି, ପାଲିଙ୍କି, ଆଙ୍ଗା, ଶିରା, ପୂଜାରୀ, ଗାଣ୍ଡା, ଚଲାନ, ତଥା ଅନ୍ୟାନ୍ୟ (ରଇତ )ଜନସାଧାରଣଙ୍କୁ ଧରି ପ୍ରଥମେ କଲେଗାଁର ମା ଠାକୁରାଣୀ ପୂଜାରୀ ଘନ ପୂଜାରୀଙ୍କ ଘରେ ଉପସ୍ଥିତ ହୋଇଥିଲେ |ସେଠାରେ ରୀତିନୀତି ଅନୁସାରେ ସବୁ ଦେବାଦେବୀ ମାନଙ୍କ ଆତିଥ୍ୟ କରାଯିବା ପରେ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ସହିତ ମା ଠାକୁରାଣୀଙ୍କ ମନ୍ଦିରରେ ପହଂଚିଥିଲେ |ସେଠାରେ ମାଙ୍କ ରୀତିନୀତି ଅନୁସାରେ ପୂଜାର୍ଚନା କରାଯିବା ସହିତ ନିମନ୍ତ୍ରିତ ଦେବାଦେବୀ ମାନଙ୍କ ମଧ୍ୟ ପୂଜାର୍ଚନା କରାଯାଇଥିଲା |ଗ୍ରାମର ଗାଉଁଟିଆ ପ୍ରଫୁଲ୍ଲ ପାଣ୍ଡେ, ଗାଣ୍ଡା ପ୍ରଲ୍ଲାଦ ଗାଣ୍ଡା ଏବଂ ଗାଁ ପୂଜା କମିଟିର ସଦସ୍ୟ ମାନଙ୍କ ମଧ୍ୟରେ ରମେଶ ଜାନି, ନିରାକାର ଗଣ୍ଡ,ତ୍ରିପତି ମାଝୀ,ମାଧବ ଗଣ୍ଡ, ତ୍ରିନାଥ ଧୁରୁଆ, ମାଧବ ମାଝୀ, ବିକାଶ ଧୁରୁଆ, କେଶବ ଗଣ୍ଡ, ଗଣପତି ଜାନି, ଗଜେନ୍ଦ୍ର ପାଣ୍ଡେ, ଦୁର୍ଯ୍ୟୋ ଗୌଡ଼, ନିତ୍ୟାନନ୍ଦ ହରିଜନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ |ଏହି ପରିପ୍ରେକ୍ଷୀରେ ମନ୍ଦିର ପ୍ରାଙ୍ଗଣରେ ଉଠା ଦୋକାନୀ ମାନଙ୍କ ପ୍ରବଳ ଭିଡ଼ ସାଙ୍ଗକୁ ଜନସାଧାରଣମାନେ ମଧ୍ୟ ଭିଡ଼ ଜମେଇଥିବା ଦେଖିବାକୁ ମିଳିଥିଲା |ଜନସାଧାରଣ ମାନଙ୍କ ମନୋରଞ୍ଜନ ସକାଶେ କମିଟି ପକ୍ଷରୁ ରାତ୍ରରେ ଦେଶିଆ ନାଟକର ମଧ୍ୟ ଆୟୋଜନ କରାଯାଇଥିଲା |ଝରିଗାଁ ରୁ ମୁରଲୀଧର ହରିଜନ ଙ୍କ ରିପୋର୍ଟ କଳିଙ୍ଗ ଫୋକସ।

Spread the love

Leave a Reply

Your email address will not be published. Required fields are marked *