Header-News-Banner

ମାଁ ଜରାଙ୍ଗ ଦେବୀ ବୁଢ଼ୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦଯାପିତ l

0
WhatsApp Image 2026-03-25 at 8.23.37 AM

ଯୁଯୋମୁରା, ୨୫/୩/୨୬, କୟାକୁଦ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜରାଙ୍ଗ ଗ୍ରାମର ଝରଣା କୁଲ ସବୁଜ ପରିବେଶ ଭରା ଘନ ଜଙ୍ଗଲ ରେ ମାଁ ଜରାଙ୍ଗ ଦେବୀ ବୁଢ଼ୀ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ତିନି ଦିନ ଧରି ଚାଲିଥିଲା l କୟାକୁଦ ଗ୍ରାମପଞ୍ଚାୟତ ବାସୀଙ୍କ ପ୍ରୟାସ ରେ ମାଁ ଜରାଙ୍ଗ ଦେବୀ ବୁଢ଼ୀ ଙ୍କ ଏହି ପ୍ରତିଷ୍ଠା ଉତ୍ସବରେ ବହୁ ଦୂରଦୁରାନ୍ତରୁ ଭକ୍ତ ମାନେ ଆସି ମାଁ ଙ୍କ ପ୍ରତିଷ୍ଠା ଉତ୍ସବରେ ଯୋଗଦାନ କରି ମାଁ ଙ୍କ ଆସିର୍ବାଦ ଲାଭ କରିଥିଲେ l ତିନି ଦିନ ଧରି ଚାଲିଥିବା ଏହି ଉତ୍ସବରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ପ୍ରତିଷ୍ଠା କୁ ପୂଜକ ପଣ୍ଡିତ ଶ୍ରୀ ଚମ୍ପେଶ୍ୱର ହୋତା ପୂଜା ଦାୟିତ୍ୱ ତୁଲାଇଥିବା ବେଳେ କର୍ତ୍ତା ଭାବରେ ଶ୍ରୀ ନୀଳମଣି ଧରୁଆ, ଶ୍ରୀ ଘନଶ୍ୟାମ ପ୍ରଧାନ,ବିରଞ୍ଚି ପ୍ରଧାନ, ଲବ ଭୋଇ, ବିଶ୍ଵାମିତ୍ର ବିଂଝାଲ, ରାମଚନ୍ଦ୍ର ପ୍ରଧାନ ପ୍ରମୁଖ ଦାୟିତ୍ୱ ନିର୍ବାହ କରିଥିଲେ l ପୀଠ ପୂଜକ ଶ୍ରୀ ସୁମତ୍ର ପୁଢ଼ ମାଁ ଙ୍କ ପୂଜାର୍ଚନା କରିଥିଲେ l ମାଁ ଜରାଙ୍ଗ ଦେବୀ ବୁଢ଼ୀ ଙ୍କ ଏହି ପ୍ରତିଷ୍ଠା ଉତ୍ସବକୁ କୟାକୁଦ ପଂଚାୟତ ବାସିଙ୍କ ସହଯୋଗରେ ମନ୍ଦିର ପ୍ରତିଷ୍ଠିତ ହୋଇ ଉତ୍ସବ ସମାପନ ହୋଇଛି l

Spread the love

Leave a Reply

Your email address will not be published. Required fields are marked *