Header-News-Banner

ଜିଲ୍ଲା ସ୍ତରୀୟ ଆଧାର ପରିଚାଳନା କମିଟିର ବୈଠକ ଅନୁଷ୍ଠିତ

0
WhatsApp Image 2026-03-25 at 8.51.48 PM

ସମସ୍ତ ଆଧାର ସେବା କେନ୍ଦ୍ରରେ ସେବା ଆଧାରିତ ଶୁଳ୍କ ଚାର୍ଟ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ବରଗଡ଼, ୨୫/୦୩(ଯୋଗେନ୍ଦ୍ର ସାହୁ )
ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ଆଧାର ପରିଚାଳନା କମିଟିର ଷଷ୍ଠ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଜିଲ୍ଲାର ଆଧାର ସେବା ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଆଲୋଚନା ସହ ୦ ରୁ ୫ ବର୍ଷ ବୟସର ଶିଶୁ, ବୃଦ୍ଧ ଓ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପାଇଁ ଆଧାର ପଞ୍ଜୀକରଣ କାର୍ଯ୍ୟକୁ ସହଜ,ସୁଗମ ଏବଂ ଗତିଶୀଳ କରିବାକୁ ଆଲୋଚନା କରାଯାଇଥିଲା । ଏହାସହିତ ୫ରୁ ୭ ବର୍ଷ ଓ ୧୫ରୁ ୧୭ ବର୍ଷ ବୟସ ମଧ୍ୟରେ ଥିବା ଶିଶୁ/କିଶୋରମାନଙ୍କ ପାଇଁ ବାୟୋମେଟ୍ରିକ ଅପଡେଟ୍ ଓ ଆବଶ୍ୟକ ଡକ୍ୟୁମେଣ୍ଟ ଅପଡେଟ୍ କାର୍ଯ୍ୟକୁ ସକ୍ରିୟ ଭାବେ କାର୍ଯ୍ୟକାରୀ କରିବା ସହ ଜିଲ୍ଲାର ସମସ୍ତ ଆଧାର ସେବା କେନ୍ଦ୍ରରେ ସେବା ଆଧାରିତ ଶୁଳ୍କ ଚାର୍ଟ ପ୍ରଦର୍ଶନ କରିବା ଏବଂ ଆଧାର ପଞ୍ଜୀକରଣ ରଇଜେକ୍ଟ ହୋଇଥିବା ଆପ୍ଲିକେସନ ଗୁଡିକୁ ଯଥାଶିଗ୍ର ପୁନଃ ପ୍ରସେସ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ଜିଲ୍ଲା ଇ-ପ୍ରଶାସନ ଅଧିକାରୀ ଶ୍ରୀ ମସ୍ତରାମ ଛନ୍ଦଙ୍କ ପ୍ରଚେଷ୍ଟାରେ ଆୟୋଜିତ ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ , ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା ଡେପୁଟି କଲେକ୍ଟର ସୁମତି ପଣ୍ଡା, ଡିଏସଏସଓ ତାହିର ହୁସେନ, ଜିଲ୍ଲା ଯୋଗାଣ ଅଧିକାରୀ ବିଘ୍ନରାଜ ମହାପାତ୍ର , ଯୁଆଇଡିଏଆଇର ଆଧାର ପରିଚାଳକ ଜ୍ୟୋତି ପ୍ରକାଶ, ଲିଡ୍ ବ୍ୟାଙ୍କ ମେନେଜର ବିଦ୍ୟାନନ୍ଦ ତିରକି, ଜିଲ୍ଲା ପରିଚାଳକ, ଶାରଦା ସିଷ୍ଟମ ପ୍ରାଇଭେଟ ଲିମିଟେଡ଼ ଏବଂ ସହଜ ରିଟେଲ ଲିମିଟେଡ଼ଙ୍କ ସମେତ ଶିକ୍ଷା, ସ୍ଵାସ୍ଥ୍ୟ, ଅଧିକାରୀ ସହିତ ସମସ୍ତ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *