Header-News-Banner

ପ୍ରିୟଦର୍ଶିନୀ ସେବା ସଂସ୍ଥା ପକ୍ଷରୁ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା।

0
WhatsApp Image 2026-03-31 at 6.49.17 PM

ନୀଳଗିରି,ତା,୩୧/୨୬(ନୀଳଗିରି)
ନୀଳଗିରି ବ୍ଲକ,ବଣସୀମା ଅଞ୍ଚଳ ବରହମପୁର ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠାରେ ସର୍ବ ସାଧାରଣ ଙ୍କ ପାଇଁ ପ୍ରିୟଦର୍ଶିନୀ ସେବା ସଂସ୍ଥା ପକ୍ଷରୁ ଥଣ୍ଡା ପାନୀୟ ଜଳ ର ବ୍ୟବସ୍ଥା କରାଯାଇଛି।ଯାହାକୁ ସଂସ୍ଥା ର ସମ୍ପାଦକ ଶ୍ରୀ
ତପନ କୁମାର ରାଉତ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।ଏଠାରେ ସୂଚନା ଯୋଗ୍ୟ,ନୀଳଗିରି ବ୍ଲକ ର ବଣସୀମା ଅଞ୍ଚଳ ଅନ୍ତର୍ଭୁକ୍ତ
୧୨ ଗୋଟି ପଞ୍ଚାୟତ ର
ସମସ୍ତ ଜନ ସାଧାରଣ , ବରାହମପୁର ସ୍ଥିତ ଏକ ମାତ୍ର ଜାତୀୟ କରଣ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ରେ କାରବାର କରିଥାନ୍ତି।ପ୍ରତ୍ୟେକ ଦିନ ଉକ୍ତ ବ୍ୟାଙ୍କ କୁ ବହୁ ଲୋକ ଙ୍କ ର ସମାଗମ ହୋଇ ଥାଏ।ଏଠାରେ ସ୍ଵୟଂ ସହାୟକ ଗୋଷ୍ଠୀ ର ମା ମାନେ, ଆଶାକର୍ମୀ, ସଦ୍ୟପ୍ରସବା ମା ମାନେ, ତଥା ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆସୁଥିବା ମା, ବାପା, ଅବସର ପ୍ରାପ୍ତ କର୍ମଚାରୀ ଓ ପେନସନ ଭୋଗୀ ବରିଷ୍ଠ ନାଗରିକମାନେ ଆସିଥାନ୍ତି।ଗରମ ଦିନ ରେ ପାଣି ଟିକିଏ ପାଇଁ। ବହୁ ଅସୁବିଧା ରେ ସମ୍ମୁଖୀନ ହେଉଥିଲେ।ସେଥି ପାଇଁ ସେବା ସଂସ୍ଥା ପକ୍ଷରୁ ପବିତ୍ର ରାମ ନବମୀ ଅବସର ରେ ଏହି ପ୍ରକଳ୍ପ ର ଶୁଭାରମ୍ଭ କରା ଯାଇଛି।ଏହା
ଦ୍ଵାରା ସ୍ଥାନୀୟ ବ୍ୟବସାୟୀ ଓ ବସ୍ତି ବାସିନ୍ଦା ସମସ୍ତେ ଶୁଦ୍ଧ ତଥା ଥଣ୍ଡା ପାନୀୟ ଜଳ ପାଇପାରିବେ ବୋଲି ପ୍ରିୟ ଦର୍ଶନୀ ସେବା ସଂସ୍ଥା ର ସମ୍ପାଦକ ଶ୍ରୀ ରାଉତ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *