Header-News-Banner

ମୂର୍ତ୍ତି କଳାକାରଙ୍କ ଏକତାର ନୂଆ ପଥ: ସଂଘ ରେଜିଷ୍ଟ୍ରେସନ ପାଇଁ ପଶ୍ଚିମ ଓଡ଼ିଶାର ପ୍ରୟାସ

0
WhatsApp Image 2026-03-31 at 7.44.20 PM

ଖଡ଼ିଆଳ: ୩୧/୦୩ (କଳିଙ୍ଗ ଫୋକସ) ଭଜନଲାଲ ଜଗତ: ପଶ୍ଚିମ ଓଡ଼ିଶାର ପାରମ୍ପରିକ ମୂର୍ତ୍ତି କଳାକୁ ନୂତନ ଦିଗ ଦେବା ସହିତ କଳାକାରମାନଙ୍କ ଅଧିକାର ସୁରକ୍ଷା ପାଇଁ ଏକ ଐତିହାସିକ ପଦକ୍ଷେପ ନିଆଯାଇଛି । ଏହି ଅବସରରେ ଅଞ୍ଚଳର ମୂର୍ତ୍ତି କଳାକାରମାନେ ଏକତ୍ରିତ ହୋଇ ସଂଘ ଗଠନ କରି, ତାହାର ଆଧିକାରିକ ରେଜିଷ୍ଟ୍ରେସନ ପାଇଁ ବଲାଙ୍ଗୀର ରେଜିଷ୍ଟ୍ରେସନ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସଂଘର ସଭାପତି ଶ୍ରୀ ସୁରେଶ କୁଅଁରଙ୍କ ନେତୃତ୍ୱରେ ଉପ-ସଭାପତି ଲିଙ୍ଗରାଜ ସେଠ, ସମ୍ପାଦକ ନନ୍ଦକିଶୋର ତାଣ୍ଡି, ସହ-ସମ୍ପାଦକ ରବି ରଣା ଓ କୋଷାଧ୍ୟକ୍ଷ ନାଇଣ୍ଟି ୱାନ ସରାଫ ସହିତ ଅନ୍ୟାନ୍ୟ ସଦସ୍ୟମାନଙ୍କ ଉପସ୍ଥିତି ଏହି ପଦକ୍ଷେପକୁ ଆହୁରି ସୁଦୃଢ଼ କରିଥିଲା । କଳାକାରମାନଙ୍କ ପକ୍ଷରୁ କୁହାଯାଇଛି ଯେ, ଦୀର୍ଘଦିନ ଧରି ଅନେକ ସମସ୍ୟା, ଯଥା ଆର୍ଥିକ ଅସୁବିଧା, ପ୍ରଶିକ୍ଷଣ ଅଭାବ ଓ ସରକାରୀ ସହଯୋଗର ଅଭାବ ସେମାନଙ୍କ ଅଗ୍ରଗତିରେ ବାଧା ସୃଷ୍ଟି କରୁଥିଲା । ଏହି ସଂଘ ଗଠନ ଓ ରେଜିଷ୍ଟ୍ରେସନ ପରେ ସେହି ସମସ୍ୟାମାନଙ୍କର ସଂଗଠିତ ଭାବେ ସମାଧାନ ହେବା ସହିତ ସରକାରୀ ଯୋଜନାର ସରଳ ପ୍ରାପ୍ତି ସମ୍ଭବ ହେବ । ଏହା ସହିତ, ପଶ୍ଚିମ ଓଡ଼ିଶାର ସମୃଦ୍ଧ ମୂର୍ତ୍ତି କଳାର ପାରମ୍ପରିକତାକୁ ସୁରକ୍ଷିତ ରଖିବା ଓ ତାହାକୁ ରାଜ୍ୟ ଓ ଜାତୀୟ ମଞ୍ଚରେ ପ୍ରଚାର କରିବାରେ ଏହି ସଂଘ ମୁଖ୍ୟ ଭୂମିକା ନିଭାଇବ ବୋଲି ସେମାନେ ଆଶା ବ୍ୟକ୍ତ କରିଛନ୍ତି । ଏହି ଅବସରରେ ସଂଘର କର୍ମକର୍ତ୍ତାମାନେ କହିଛନ୍ତି, “ଏହା କେବଳ ଏକ ରେଜିଷ୍ଟ୍ରେସନ ପ୍ରକ୍ରିୟା ନୁହେଁ, ବରଂ ଆମ କଳା ଓ ପରମ୍ପରାକୁ ନୂଆ ପିଢ଼ୀ ପର୍ଯ୍ୟନ୍ତ ନେବାର ଏକ ଦୃଢ଼ ପଦକ୍ଷେପ । ଏହି ପ୍ରୟାସ ପଶ୍ଚିମ ଓଡ଼ିଶାର କଳାକାରମାନଙ୍କ ଏକତା, ସ୍ୱାଭିମାନ ଓ ସଂସ୍କୃତିକ ଉନ୍ନତିରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *