Header-News-Banner

ମାଁ ଜଗତ ଜନନୀଙ୍କ ନବ ଦିନାତ୍ମକ କଳସ ଯାତ୍ରା ଶୁଭାରମ୍ଭ।

0
WhatsApp Image 2026-03-31 at 8.37.57 PM


ଝରିଗାଁ ତା ୩୦/୦୩/୨୦୨୬- ଝରିଗାଁ ବ୍ଲକ ସଦର ମା ଠାକୁରାଣୀ ଙ୍କ କଳସ ଯାତ୍ରା ଆଜି ଆରମ୍ଭ ହୋଇଯାଇଛି। ଏହି ଯାତ୍ରା ଦେଖିବା ପାଇଁ ଝରିଗାଁ ସଦର ଏବଂ   ଆଖ ପାଖ ଗ୍ରାମର ଶତାଧିକ ଲୋକଙ୍କ ଭିଡ଼  ଦେଖିବାକୁ ମିଳିଛି।  ୯ ଦିନ ଧରି ଚାଲିବାକୁ ଥିବା ମାଁ ଜଗତ ଜନନୀ ଙ୍କ ଏହି କଳସ ଯାତ୍ରା ଲାଗି ବେଶ ଚଳ ଚଞ୍ଚଳ ହୋଇ ଉଠିଛି।ଝରିଗାଁ ସଦର। ଗ୍ରାମ୍ୟ ପରିବେଶ ଉତ୍ସବମୁଖର ଥିବା ଦେଖିବାକୁ ମିଳିଛି । ଆସନ୍ତା ୭ ତାରିଖ ଯାଏଁ ଏହି ଯାତ୍ରା ଚାଲିବାକୁ ଥିବା ବେଳେ ମାଁ ଙ୍କ ଆଗମନ ରେ ଶତାଧିକ ଶ୍ରଦ୍ଧାଳୁ ଙ୍କ ଭିଡ଼ ଦେଖିବାକୁ ମିଳିଛି । ପ୍ରଥମ ଦିନରେ ମାଙ୍କ ମନ୍ଦିର ନିକଟ ରୁ ପୂଜାର୍ଚ୍ଚନା କରି ମାଙ୍କ ମୁଖ୍ୟ ପୁଜାରୀ ପୁର୍ଣ ପୁଜାରୀ ଙ୍କ ଘରୁ ଏକ  ଶୋଭାଯାତ୍ରା ରେ ବାହାରି ଠାକୁରାଣୀ ମନ୍ଦିର ନିକଟରେ ପହଂଚି ଥିଲେ ଶତାଧିକ ଭକ୍ତ ବୃନ୍ଦ । ମୂଖ୍ୟ ପୂଜାରୀ ପୂର୍ଣ ପୂଜାରୀ ଙ୍କ ପୌରହିତରେ  ପରମ୍ପରା ଅନୁଯାଇ ପୂଜାର୍ଚନା ନିତୀକାନ୍ତି ସମାପନ ପରେ ମାଙ୍କ ଆଗମନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁଙ୍କ ସମାଗମରେ ଶୋଭାଯାତ୍ରା ରେ ବାହାରିଥିଲେ ମାଁ। ଭକ୍ତ ବୃନ୍ଦ ଭଜନ କୀର୍ତ୍ତନ ବାଦ୍ୟ ନୃତ୍ୟ କରି ଭବ୍ୟ ସ୍ଵାଗତ ସହ ଶ୍ରଦ୍ଧାଳୁ ମାଁ ଜଗତ ଜନନୀ ଙ୍କୁ କଳସ ମଣ୍ଡପ କୁ ପାଛୋଟି ଆଣିଥିଲେ।ଠାକୁରାଣୀଙ୍କ କଳସକୁ ମୁଖ୍ୟ ପୂଜାରୀ ପୂର୍ଣ୍ଣ ପୂଜାରୀ ଓ ତାଙ୍କ ଭାଇ ତ୍ରିଲୋଚନ ପୂଜାରୀ ମୁଣ୍ଡରେ ବୋହି ମଣ୍ଡପ କୁ ଆଣିଥିଲେ। ସଂକୀର୍ତ୍ତନ ଦଳ ମାଙ୍କ ଆଗମନ ବେଳେ ନୃତ୍ୟ ଗୀତ ପରିବେଷଣ କରିଥିଲେ। ଏହି ସମୟରେ ମାଁ ଙ୍କ ଆଗମନ କୁ ନେଇ ଭକ୍ତ ବୃନ୍ଦ ନିଜ ନିଜ ଘର ସମୁଖରେ ଚିତା ଝୋଟି ଧୂପ ଦୀପ ଆଳତୀ ପ୍ରସ୍ତୁତ କରି ମାଙ୍କ ଆଗମନ ପାଇଁ ମହିଳା ଓ ଯୁବତୀ ପୂଜା ପାଇଁ ପ୍ରସ୍ତୁତ ଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ କଳସୀ ପୂଜା କମିଟି ତତ୍ତ୍ଵାବଧାନରେ ଆଗମନ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା। ସ୍ଥାନୀୟ ଯୁବକ ମାନେ ବାଡ଼ି ଖେଳ ଓ ନିଆଁ ଖେଳ ପ୍ରଦର୍ଶନ କରିଥିଲେ।  ରଙ୍ଗବେରଙ୍ଗ ଆତସବାଜି ସାଙ୍ଗକୁ ବାଣ ଫୁଟାଇବା ଦେଖିବାକୁ ମିଳିଥିଲା। କୁନି ପିଲାମାନେ ବିଭିନ୍ନ ଦେବା ଦେବୀ ଠାକୁର ବେଶରେ ସଜ୍ଜିତ ହୋଇ ସଭାଯାତ୍ରା ରେ ସାମିଲ ହୋଇଥିଲେ। ମାଁ ଙ୍କ ଆଗମନ କୁ ଦୃଷ୍ଟି ରେ ରଖି ଝରିଗାଁ ଥାନା ଅଧିକାରୀ ରଚିତା ମାଡକାମୀ ଙ୍କ ନେତୃତ୍ୱରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯଇଥିବା ଦେଖିବାକୁ ମିଳିଥିଲା। ସବୁ ବର୍ଷ ଭଳି ଚଳିତ ବର୍ଷ ଯାତ୍ରା କମିଟି ତରଫରୁ ଲୋକଙ୍କ ମନୋରଞ୍ଜନ ନିମନ୍ତେ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ସାଙ୍ଗକୁ ଜିଲ୍ଲା ବାହାର ରୁ ଆଧୁନିକ ନାଟକ ମଞ୍ଚସ୍ଥ ହେବାର  ରହିଥିବା ଏବଂ ସ୍ଥାନୀୟ ଜଗତ ଜନନୀ ପୂଜା କମିଟି ଚଳିତ ବର୍ଷର ମାଁ ଙ୍କ ନବ ଦିନାତ୍ମକ ଯାତ୍ରାକୁ ଧୁମଧାମରେ ପାଳନ କରିବାକୁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ହୋଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି।ଝରିଗାଁ ରୁ ମୁରଲୀଧର ହରିଜନ ଙ୍କ ରିପୋର୍ଟ କଳିଙ୍ଗ ଫୋକସ।

Spread the love

Leave a Reply

Your email address will not be published. Required fields are marked *