ସନ୍ନ୍ୟାସୀ କୁଣ୍ଡାମାଲ ଗ୍ରାମରେ ସ୍ତ୍ରୀକୁ ହତ୍ୟା କଲା ପରେ ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ
କଳାହାଣ୍ଡି, ଧର୍ମଗଡ ଉପଖଣ୍ଡ: ୩୧/୦୩: ରୂପେନ୍ଦ୍ର ସୁନାନୀ: କଳାହାଣ୍ଡି ଜିଲା ,ଜୁନାଗଡ଼ ଥାନା ଅନ୍ତର୍ଗତ ସନ୍ନ୍ୟାସୀ କୁଣ୍ଡାମାଲ ଗ୍ରାମରେ ମଙ୍ଗଳବାର ସକାଳେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ସ୍ଵାମୀ ନିଜ ସ୍ତ୍ରୀକୁ ହତ୍ୟା କଲା ପରେ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଭଳି ଘଟଣା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଜୁନାଗଡ଼ ବ୍ଲକ୍ ସନ୍ନ୍ୟାସୀ କୁଣ୍ଡାମାଲ ଗ୍ରାମର ପ୍ରମୋଦ ଚନ୍ଦନ କୌଣସି କାରଣରୁ ନିଜ ସ୍ତ୍ରୀ କୁ ହତ୍ୟା କଲା ପରେ ମୃତ ଦେହକୁ ନିକଟସ୍ଥ କେନାଲରେ ଫିଙ୍ଗି ଦେଇଥିଲେ। ପରେ ସେ ଉପାୟ ଶୂନ୍ୟ ହୋଇ ବିଷ ପିଇ ଦେଇଥିଲେ। ପରେ ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ସେ ତାଙ୍କ ସ୍ତ୍ରୀକୁ ହତ୍ୟା କରି ଫିଙ୍ଗି ଦେଇଥିବା ପ୍ରକାଶ କରିଥିଲେ।ଏ ନେଇଁ ସୂଚନା ପାଇବା ପରେ ଜୁନାଗଡ଼ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।