Header-News-Banner

ନୀଳଗିରି ରେ ଡକାୟତି ଘଟଣାରେ ୩ ଅପରାଧି ଗିରଫ!

0
WhatsApp Image 2026-04-04 at 11.52.35 AM


ନୀଳଗିରି : ଗତ ମାର୍ଚ୍ଚ ୧୫ତାରିଖରେ ବାଲେଶ୍ବର ଜିଲା ନୀଳଗିରି ଏନଏସି ଅଧୀନ କାହାଳିଆର ବ୍ୟବସାୟୀ ଗୋବିନ୍ଦା ସିଂହଙ୍କ ଘରୁ ହୋଇଥିଲା। ସଶସ୍ତ୍ର ଡକାୟତି ଘଟଣାରେ ସ୍ଥାନୀୟ ପୁଲିସ ୩ଜଣ ପେଶାଦାର ଅପରାଧିଙ୍କୁ ଗିରଫ କରିବାରେ ସଫଳ ହୋଇଛି।
ସୂଚନା ଅନୁସାରେ ପରିବାର ସହ ଶ୍ରୀ ସିଂହ ରାତିରେ ଖାଉଥିବା ସମୟରେ ହଠାତ ୬ଜଣ ଦୁର୍ବୃତ୍ତ ମୁହଁରେ ମୁଖା ଲଗାଇ ହାତରେ ବନ୍ଧୁକ, ତେଲଙ୍ଗା କଟୁରୀ ଧରି ପହଞ୍ଚିଥିଲେ। ଗୃହ ମାଲିକଙ୍କ ମୁହଁରେ ବ୍ଲାକ୍ ଟେପ୍ ଗୁଡ଼ାଇ ତାଙ୍କୁ ଏବଂ ପରିବାରବର୍ଗଙ୍କୁ ନିସ୍ତୁକ ପିଟି ଆଲମିରାରୁ ନଗଦ ୨୦ଲକ୍ଷ ଟଙ୍କା ଓ ୫୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିଲେ। ଏହି ଘଟଣାରେ ନୀଳଗିରି ଆଇଆଇସି ଗୋବର୍ଦ୍ଧନ ନାୟକ ସଦଳବଳେ ଚଢ଼ଉ କରି ଆଜି ୩ଜଣ ଅପରାଧିଙ୍କୁ କାବୁ କରିଛନ୍ତି। ଗିରଫ ହୋଇଥିବା ଅପରାଧିମାନେ ହେଲେ; ଖନ୍ତାପଡ଼ା ଥାନା ବରୁଣସିଂ ଗାଁର ସୂର୍ଯ୍ୟକାନ୍ତ ନାୟକ ରାମନଗର ଅଞ୍ଚଳର ସମୀର ଖାଁ ଏବଂ ରେମୁଣା ଥାନା ଜଗନ୍ନାଥପୁର ଗାଁର ସେକ୍ ସାହିଲ, ସେମାନଙ୍କ ଠାରୁ ୨ଟି ବାଇକ, ୪ଟି ମୋବାଇଲ, ଗୋଟେ ତେଲଙ୍ଗା କଟୁରି, ୩ଟି ମାଙ୍କଡ଼ ଟୋପି ଜବତ କରାଯାଇଛି। ସୂଚନା ଯେ, ଏମାନେ ବ୍ୟବସାୟୀଙ୍କ ଘରୁ ଡକାୟତି କରିବା ପରେ ଗୋଟେ ସ୍ଥାନରେ ଏକାଠୀ ହୋଇ ଭୋଜି ମନାଇଥିଲେ। ଗିରଫ ଦୁର୍ବୃତ୍ତମାନେ ପେଶାଦାର ଅପରାଧି ଏବଂ ସେମାନଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *