Header-News-Banner

ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତିଲେ ବାଇକ୍ ଆରହି

0
WhatsApp Image 2026-04-07 at 7.28.27 PM

କୋଇଡା :୦୭/୦୪/୨୬ (କଳିଙ୍ଗ ଫୋକସ)ରଜାମୁଣ୍ଡା ଠାରୁ କେନ୍ଦୁଝର ସଂଜଗ ହୋଇ ଯାଇଥିବା ୫୨୦ ଜାତୀୟ ରାଜପଥ ସାଜିଛି ମରଣ ର ଗନ୍ଥା ଘର । ନାରାୟଣ ପଶି ଛକ ପାର୍ଶ୍ୱରେ ବାରମ୍ବାର ଘଟୁଥିବା ଦୃଘଟଣା ଉପରେ କେବେ ଲାଗିବ ରକ୍ ବିମଳାଗଡ଼ ,ଗୁପନା ଠାରୁ ୮ପଞ୍ଚାୟତ ର ଲୋକେ କୋଇଡ଼ା ବ୍ଲକ କୁ ବିଭିନ୍ନ ସମସ୍ୟା ନେଇ ଆସିଥାନ୍ତି କିନ୍ତୁ କୋଇଡ଼ା ପହଁଞ୍ଚିବା କୁ ହେଲେ ନାରାୟଣ ଛକ ପାର୍ ହେବା ପାଇଁ ଦିନଟିଏ ଲାଗିଯାଉଛି ।ତାଙ୍କର କୌଣସି କାମ ହୋଇପାରୁନି, ଏତେ ମାତ୍ରାରେ ଭାରୀଯାନ ଗୁଡ଼ିକ ଯାମ୍ କରି ରଖୁଛନ୍ତି ଯେ ସ୍କୁଲ ବସ ଆମ୍ବୁଲାନ୍ସ ଜରୁରୀ କାଳୀନ ପରି ଗାଡି ସବୁ ଫସିରହୁଛି, ଯାହାଫଳରେ ସେହି ରଡ଼ ଦେଇ କୌଣସି ବାଇକ ଵାଲା ଯାଆନ୍ତି ତାହେଲେ ଦୃଘଟଣାର ଶିକାର ହୋଇ ମୃତ୍ୟୁ ବରଣ କରିଥାନ୍ତି । ଆଜି ଦିନ ୧୨ଘଟିକା ସମୟରେ ରାସ୍ତା ଦୁଇ ପାର୍ଶ୍ୱ ଯାମ୍ ଥିବା ବେଳେ ଗୋଟିଏ ବାଇକ ହାଇବା ବାଇକକୁ ଧୀରେ ଧୀରେ କରି ଯାମରୁ ପାର୍ କରୁଥିବା ବେଳେ ହାଇବା ଧକା ଦେଇଥିଲା ଫଳରେ ବାଇକରୁ ଚାଳକ ଡେଇଁ ପଡ଼ିଥିବା ବେଳେ ବାଇକ ଉପରେ ହାଇବାଟି ଚଢି ଯାଇଥିଲା ବାଇକ ଆରହି ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି ।ମୁଖ୍ୟ କଥା ବାରମ୍ବାର ଦୁର୍ଘଟଣା ଘଟୁଥିଲେ ସୁଦ୍ଧା ସୁଧାରି ହୋଇନି ୫୨୦ ଜାତୀୟ ରାଜପଥ,ରାଜପଥ ସାଜିଛି ଲୋକଙ୍କ ପାଇଁ କାଳ,ଯିବା ଆସିବାର ସୁବିଧା ସୁଜଗ ପାଇଁ ହୋଇଥିବା ଜାତୀୟ ରାଜପଥ ଏବେ ରକ୍ତ ମୁଖା ।ଏନେଇ କେବେ ନେବେ ପ୍ରଶାସନ କଡା କାର୍ଯ୍ୟ ଅନୁଷ୍ଠାନ ଦେଖିବାକୁ ବାକି ରହିଲା କେବେ ସୁଧୁରିବ ୫୨୦ ଜାତୀୟ ରାଜପଥ।

କଳିଙ୍ଗ ଫୋକସ
Spread the love

Leave a Reply

Your email address will not be published. Required fields are marked *