Header-News-Banner

ବାଉଶୁଣୀରେ ‘ବାଘ’ ରେଳବେ ଷ୍ଟେସନ୍ ସ୍ଥାପନ ପ୍ରସ୍ତାବକୁ ନେଇ ଅଞ୍ଚଳରେ ଆଶାର ନୂତନ ଆଲୋକ

0
WhatsApp Image 2026-04-08 at 10.33.35 AM


ବୌଦ୍ଧ : ଜିଲ୍ଲାର ବାଉଶୁଣୀ ଅଞ୍ଚଳରେ ପ୍ରସ୍ତାବିତ ‘ବାଘ’ ରେଳବେ ଷ୍ଟେସନ୍ ସ୍ଥାପନ ଉଦ୍ୟମକୁ ନେଇ ସ୍ଥାନୀୟ ଲୋକମାନଙ୍କ ମନରେ ନୂତନ ଆଶା ଓ ଆତ୍ମବିଶ୍ୱାସ ଦେଖାଦେଇଛି। ଦୀର୍ଘଦିନ ଧରି ଅପେକ୍ଷିତ ଏହି ଦାବିକୁ ଉଚ୍ଚସ୍ତରରେ ଉଠାଇ ମାନ୍ୟବର ମହୋଦୟାଙ୍କ ପକ୍ଷରୁ କେନ୍ଦ୍ର ସରକାର ଓ ରେଳମନ୍ତ୍ରାଳୟର ଦୃଷ୍ଟିଆକର୍ଷଣ କରାଯାଇଥିବାରୁ ଅଞ୍ଚଳବାସୀ ଖୁସି ପ୍ରକାଶ କରିଛନ୍ତି।
ଏହି ପ୍ରସ୍ତାବିତ ରେଳବେ ଷ୍ଟେସନ୍ ସ୍ଥାପିତ ହେଲେ ବୌଦ୍ଧ ଜିଲ୍ଲା ସହିତ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡର ଯାତାୟାତ ବ୍ୟବସ୍ଥା ସୁଦୃଢ ହେବ ବୋଲି ମତ ପ୍ରକାଶ ପାଇଛି। ଏଥି ସହ ଅଞ୍ଚଳର ବ୍ୟବସାୟ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ ନୂତନ ଗତି ଆସିବା ସହ ସାମାଜିକ ଓ ଆର୍ଥିକ ଉନ୍ନତି ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି।
ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ଏହି ଷ୍ଟେସନ୍ ସ୍ଥାପନ ହେଲେ ଦୂରଦୂରାନ୍ତର ଗ୍ରାମଗୁଡିକର ଲୋକଙ୍କ ପାଇଁ ଯାତାୟାତ ସୁବିଧା ସହଜ ହେବ ଓ ଅଞ୍ଚଳର ସମଗ୍ର ଉନ୍ନତିରେ ଏକ ମାଇଲସ୍ଟୋନ୍ ସାବ୍ୟସ୍ତ ହେବ।
ଅଞ୍ଚଳବାସୀ ମାନ୍ୟବର ମହୋଦୟାଙ୍କ ଦୃଢ ନେତୃତ୍ୱ ଓ ଲୋକହିତକାରୀ ପଦକ୍ଷେପ ପାଇଁ କୃତଜ୍ଞତା ଜଣାଇଥିବା ସହ ଏହି ମହତ୍ୱପୂର୍ଣ୍ଣ ପ୍ରକଳ୍ପ ଶୀଘ୍ର ସଫଳତା ପାଇବ ବୋଲି ଆଶା ବ୍ୟକ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *