ଚମ୍ପୁଆର ପୂର୍ବତନ ଖ୍ୟାତନାମା ଫୁଟବଲ୍ ଖେଳାଳି ଗୌରୋ ମୁଣ୍ଡାଙ୍କ ଅକସ୍ମାତ ଦେହାନ୍ତ
ଚମ୍ପୁଆର ପୂର୍ବତନ ଖ୍ୟାତନାମା ଫୁଟବଲ୍ ଖେଳାଳି ଗୌରୋ ମୁଣ୍ଡାଙ୍କ ଅକସ୍ମାତ ଦେହାନ୍ତ
ଚମ୍ପୁଆ,
ଚମ୍ପୁଆ ଅଞ୍ଚଳର ଜଣେ ପୂର୍ବତନ ଖ୍ୟାତନାମା ଫୁଟବଲ୍ ଖେଳାଳି ଗୌରୋ ମୁଣ୍ଡାଙ୍କ ଅକସ୍ମାତ ଦେହାନ୍ତ ଘଟିଥିବା ଖବର ଅଞ୍ଚଳରେ ଗଭୀର ଶୋକର ପରିବେଶ ସୃଷ୍ଟି କରିଛି। ମୃତ୍ୟୁବେଳେ ତାଙ୍କ ବୟସ ପ୍ରାୟ 66 ବର୍ଷ ଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ହଠାତ୍ ତାଙ୍କର ଛାତିରେ ଭୟଙ୍କର ଯନ୍ତ୍ରଣା ଅନୁଭବ ହୋଇଥିଲା। ପରିବାରଲୋକ ତାଙ୍କୁ ଚିକିତ୍ସା ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ନେଇଯାଇଥିଲେ, ପର ମୁହୁର୍ତରେ ରାମଲା ସ୍ଥିତ ତାଙ୍କ ବାସ ଭବନ ମୃତ୍ୟୁ ହୋଇଥିଲା!
ଗୌରୋ ମୁଣ୍ଡା ତାଙ୍କ ସମୟରେ ଚମ୍ପୁଆ ଅଞ୍ଚଳରେ ଫୁଟବଲ୍ ଖେଳରେ ଜଣେ ପରିଚିତ ଓ ପ୍ରଶଂସିତ ଖେଳାଳି ଥିଲେ। ତାଙ୍କ ଖେଳ ପ୍ରତି ନିଷ୍ଠା ଓ କୌଶଳ ଦ୍ୱାରା ସେ ଅନେକ ଯୁବ ଖେଳାଳିଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇଥିଲେ।
ତାଙ୍କ ଅକସ୍ମାତ ଦେହାନ୍ତରେ ସ୍ଥାନୀୟ କ୍ରୀଡ଼ାଜଗତ, ମିତ୍ରମଣ୍ଡଳୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଛାଇଯାଇଛି। ବହୁ ସଂଖ୍ୟକ କ୍ରୀଡ଼ାପ୍ରେମୀ ଓ ସ୍ଥାନୀୟ ବାସିନ୍ଦାମାନେ ତାଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ,
ଚମ୍ପୁଆରୁ ଆବିଦ ଆନସାରୀ କଳିଙ୍ଗ 24 news,