Header-News-Banner

ହନୁମାନ ସେବକ ପାଳିଲେ ହନୁମାନ ଜୟନ୍ତୀ

0
WhatsApp Image 2026-04-15 at 3.05.05 PM

ସାରସକଣା:୧୫/୦୪(ପ୍ରଶାନ୍ତ କୁମାର ସାମନ୍ତରାୟ)
ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅର୍ନ୍ତଗତ ରାଜାଲୋକା ଗ୍ରାମର ହନୁମାନ ସେବକଙ୍କ ଦ୍ୱାରା ମହାବିଷୁବ ପଣା ସଂକ୍ରାନ୍ତି/ମହାବୀର ଜୟନ୍ତୀ ଅବସରରେ ପାଳିତ ହୋଇଯାଇଛି ୨୩ତମ ବାର୍ଷିକ ହନୁମାନ ଜୟନ୍ତୀ।ଏ ପରିପ୍ରେକ୍ଷୀରେ ହନୁମାନ ସେବକ ମୁରାରି ମୋହନ ମହାପାତ୍ର ଙ୍କ ନେତୃତ୍ୱରେ ଆୟୋଜିତ ପବନ ପୁତ୍ର ହନୁମାନଙ୍କ ଜୟନ୍ତୀ ଅବସରରେ ଗତକାଲି ୧୪ ତାରିଖ ମଙ୍ଗଳବାର ଦିବା ୧୦ ଘଟିକା ସମୟରେ ସ୍ଥାନୀୟ ଗ୍ରାମ ପୋଖରୀରୁ ଘଟ ଉତ୍ତୋଳନ କରାଯାଇ ମହାବୀର ସଙ୍କଟ ମୋଚନ ହନୁମାନଙ୍କ ମନ୍ଦିରକୁ ଆଣି ମୁଖ୍ୟ ପୂଜକ ଶିବ ଶଙ୍କର ପଣ୍ଡା ଙ୍କ ଦ୍ଵାରା ପୂଜିତ ମହାବୀର ଙ୍କ ମନ୍ଦିରରେ ସ୍ଥାପନା କରି ପୂଜାର୍ଚ୍ଚନା କରାଯାଇଥିଲା। ପୂଜା କର୍ମଣ ପରେ ପଣ୍ଡିତ ଅମରେନ୍ଦୁ ପଣ୍ଡାଙ୍କ ଦ୍ଵାରା ଶ୍ରୀହନୁମାନ ଚାଳିଶା ସ୍ତୋତ୍ର ମନ୍ତ୍ର ପାଠ ଏବଂ ହୋମଯଜ୍ଞ କରାଯାଇଥିଲା।ତତ୍ ପରେ ଶତାଧିକ ଶ୍ରଦ୍ଧାଳୁ ମହିଳା ପୁରୁଷ ସେବକ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିବାବେଳେ ସେବକଙ୍କ ଦ୍ଵାରା ବିତରିତ ପ୍ରସାଦ ସେବନ କରିଥିଲେ। ଏଥି ସହିତ ପୁରୁଣା ପାଣି, ଜାମଶୋଳା ମହାବୀର ମନ୍ଦିର ଓ ଝାରପୋଖରିଆ ସ୍ଥିତ ବଣ ବୁଡ଼ାମରା ପବନ ପୁତ୍ର ହନୁମାନ ଙ୍କର ମନ୍ଦିରରେ ଭକ୍ତ ଗଣ ଙ୍କ ଦ୍ଵାରା ଯଥାବିଧିରୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।ତତ୍ ପରେ ସନ୍ଧ୍ୟାରେ ହନୁମାନ ସେବକ ଗଣ ମହାବୀର ଝଣ୍ଡା ଧରି ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ଝାରପୋଖରିଆ ବଜାର ପରିକ୍ରମା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *