ଜୈନ୍ତଗଡ଼ରେ ଆଜି ଅଜିମୁଶାନ ଏକଦିନିଆ ଜଲସା, ଦେଶର ନାମୀ ଉଲେମାମାନେ ହେବେ ସମ୍ମିଳିତହଜାର ହଜାର ଅକୀଦତମନ୍ଦଙ୍କ ଭିଡ଼ର ଆଶା, ନୌଜବାନ କମିଟିକୁ ମୁଖ୍ୟ ଦାୟିତ୍ୱ
ଚମ୍ପୁଆ, (ୱାସିମ ଆକ୍ରମ):
ଚମ୍ପୁଆ ସୀମାନ୍ତ ଅଞ୍ଚଳ ଝାରଖଣ୍ଡର ଜୈନ୍ତଗଡ଼ରେ ଜମିଯତ ଏ ଅହଲେ ହଦିସ ଜୈନ୍ତଗଡ଼ର ବ୍ୟାନାର ତଳେ ନୌଜବାନ କମିଟି ପକ୍ଷରୁ ଆଜି (୧୬ ଏପ୍ରିଲ) ଚତୁର୍ଥ ଏକଦିନିଆ ଅଜିମୁଶାନ ଜଲସାର ଭବ୍ୟ ଆୟୋଜନ କରାଯାଇଛି। ଏହି ଧାର୍ମିକ କାର୍ଯ୍ୟକ୍ରମକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ସାହର ମାହୋଲ ଦେଖିବାକୁ ମିଳୁଛି ଏବଂ ହଜାର ହଜାର ଅକୀଦତମନ୍ଦଙ୍କ ଭିଡ଼ ହେବାର ଆଶା କରାଯାଉଛି।
ଚମ୍ପୁଆ, କେନ୍ଦୁଝର, ଯୋଡ଼ା, ବଡ଼ବିଲ, ଜାମଦଳକ ଓ ଝୁମ୍ପୁରା ସହିତ ବିଭିନ୍ନ ଅଞ୍ଚଳକୁ ନିମନ୍ତ୍ରଣ ପଠାଯାଇଥିବା ବେଳେ, ଜଲସାର ଆରମ୍ଭ ସନ୍ଧ୍ୟା ୭ଟାରୁ ହେବ।
ଏହି ଜଲସାର ଅଧ୍ୟକ୍ଷତା ପାଇଁ ଜମିଯତ ଏ ଅହଲେ ହଦିସର କେନ୍ଦ୍ରୀୟ ଅଧ୍ୟକ୍ଷ ଅସଗର ଅଲୀ ଇମାମ ମେହଦି ସଲଫି ମଦନୀଙ୍କୁ ଆମନ୍ତ୍ରଣ କରାଯାଇଛି। କାର୍ଯ୍ୟକ୍ରମର ସଂଚାଳନ ଦାୟିତ୍ୱ ଜୈନ୍ତଗଡ଼ ଜାମା ମସ୍ଜିଦର ଇମାମ ମୌଲାନା ରିଆଜ ସଲଫିଙ୍କୁ ଦିଆଯାଇଛି।
ଦେଶର ବିଭିନ୍ନ ସ୍ଥାନରୁ ନାମୀ ଉଲେମାମାନେ ଏହି ଜଲସାରେ ଯୋଗ ଦେବେ। ମୁଖ୍ୟ ବକ୍ତା ଭାବେ ମୁମ୍ବାଇରୁ ମୌଲାନା ମୁସ୍ତଫା ଅଜମଲ ମଦନୀ ଯୋଗ ଦେବେ। ଏହାଛଡ଼ା ବିଜୟବାଡ଼ାରୁ ମୌଲାନା ଅବୁ ହୁରୈରା ମଦନୀ, କର୍ଣ୍ଣାଟକରୁ ମହମ୍ମଦ ୟାକୁବ ଜାମଇ ଓ ସ୍ଥାନୀୟ ବକ୍ତା ହାଫିଜ ହଞ୍ଜଲା ରଫି ଉମରୀ ମଧ୍ୟ ନିଜ ମତ ରଖିବେ।