Header-News-Banner

ଜନ ଆକ୍ରୋଶ ମହିଳା ସମାବେଶ ଓ ପଦଯାତ୍ରା

0
IMG-20260501-WA0177

ଭବାନୀପାଟଣା,୧/୫() :(ବାଲେଶ୍ୱର ସୁନାନୀ )କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହରରେ ଆଜି ମହିଳା ସଂରକ୍ଷଣ ବିଲ୍‌କୁ ବିରୋଧ କରୁଥିବା ବିରୋଧୀ ଦଳଙ୍କ ବିରୋଧରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜନ ଆକ୍ରୋଶ ସମାବେଶ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଲଙ୍କେଶ୍ୱରୀ ମନ୍ଦିର ଠାରୁ ଆରମ୍ଭ ହୋଇଥିବା ପଦଯାତ୍ରା ନୂଆ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲା। ପଦଯାତ୍ରାରେ ଅନେକ ସଂଖ୍ୟକ ମହିଳା ଓ ଦଳୀୟ କର୍ମୀମାନେ ଭାଗ ନେଇଥିଲେ। ଜୁନାଗଡ଼ ନଗର ସଭାପତି ବିକ୍ରାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାବେଶରେ ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା କାଞ୍ଚନ ବାଗ, ପୂର୍ବତନ ନଗରପାଳ ଓ ଜିଲ୍ଲା ଉପସଭାପତି ମୁକେଶ ଅଗ୍ରୱାଲ, ବିଧାୟକ ପ୍ରାର୍ଥୀ ମନୋଜ ମେହେର, ପୂର୍ବତନ ନଗରପାଳ ଓ ଆଇନଜୀବୀ ସୁଧାଂଶୁ ବରାଡ଼, ପୂର୍ବତନ ମହିଳା ନଗରପାଳ ମମତା ବରାଡ଼, ପାରିଷଦ ମଞ୍ଜୁଲତା ସେଠୀ ଓ ମାଧବୀ ବାଗ, ନଗର ଉପସଭାପତି ରୀନା ଭାଟି ଓ ପୂର୍ବତନ ନଗର ସଭାପତି ଶିବରାମ ରାଉତ ଆଦି ଉପସ୍ଥିତ ଥିଲେ । ସମାବେଶରେ ଅଭିଭାଷଣ ଦେଇ ନେତୃବୃନ୍ଦ କହିଥିଲେ ଯେ, କଂଗ୍ରେସ ପାର୍ଟି ମହିଳାଙ୍କ ପାଇଁ ପ୍ରସ୍ତାବିତ ୩୩ ପ୍ରତିଶତ ସଂରକ୍ଷଣକୁ ବିରୋଧ କରି ମହିଳା ବିରୋଧୀ ମନୋଭାବ ପ୍ରକାଶ କରିଛି। ସେମାନେ ଏହାକୁ ଦୃଢ଼ଭାବେ ନିନ୍ଦା କରିଥିଲେ। ଏହା ସହିତ ପ୍ରଦର୍ଶନକାରୀମାନେ ରାଜ୍ୟର ସତ୍ତାରୂଢ଼ ବିଜୁ ଜନତା ଦଳ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ମଧ୍ୟ କଟୁ ଆଲୋଚନା କରିଥିଲେ। ସମାବେଶ ସମୟରେ “ମୋଦି ସରକାର ଜିନ୍ଦାବାଦ” ଓ ବିରୋଧୀ ଦଳଙ୍କ ବିରୋଧରେ ମୁର୍ଦ୍ଦାବାଦ ନାରା ଦେଇ ପରିବେଶକୁ ଉତ୍ତାପିତ କରାଯାଇଥିଲା। ଶେଷରେ ଦଳର ଅନ୍ୟାନ୍ୟ ନେତୃବୃନ୍ଦ ଓ କର୍ମୀମାନେ ମଧ୍ୟ ଏହି ସମାବେଶରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *