ଧ୍ବଂସ ହେବାକୁ ଯାଉଥିଲା
ଗାଇସିଲେଟ – କଳିଙ୍ଗ ଫୋକସ 2-5 ଆଜି ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ବସଷ୍ଟାଣ୍ଡ ଗାଁ ଦେବୀ ମଁlଙ୍କ ମନ୍ଦିର ପଛ ପଟେ ଥିବା ବିଦ୍ୟୁତ ସବ- ଷ୍ଟେସନ ଉପରୁ ନିଆଁ ବାହାରି ତଳେ ପଡ଼ିଥିବା ପାଳ କୁଟାରେ ଅଗ୍ନି ଲାଗିଏଇଥିଲା l ନିଆଁ ପ୍ରଜ୍ବଳିତ ସମୟରେ ପାଖରେ ଥିବା ଜଣେ ଦୋକାନୀ ପିଙ୍କୁ ଶିକା ଓ ନିଜେ ସାମ୍ବାଦିକଙ୍କ ଦୃଷ୍ଟିରେ ପଡିବାରୁ ସାମ୍ବାଦିକ ଫକୀର ଦୀପ ଅଗ୍ନିଶମ ବିଭାଗ ଓ ବିଦ୍ୟୁତ ବିଭାଗକୁ ଜଣାଇଥିଲେ ଯଥାଶୀଘ୍ର ବିଦ୍ୟୁତ କାଟ କରିଥିଲେ l ତତକ୍ଷଣାତ ଗାଇସିଲେଟ ଅଗ୍ନିଶମ ବିଭାଗ ମୁଖ୍ୟ ଅଧିକାରୀ ଶ୍ରୀ ଗୋବିନ୍ଦ ସାହୁଙ୍କ ତତ୍ୱାବଧାନରେ ଯଥାସ୍ଥାନକୁ ନିଜ ସହକର୍ମୀଙ୍କ ସହିତ ପହଁଞ୍ଚି ପାଣି ସଞ୍ଚନସାରି ଲୋକଙ୍କ ପାଖରେ ଆଦର ସହିତ ପହଁଞ୍ଚିଥିଲେ l ଏହା ପୂର୍ବରୁ ସାମ୍ବାଦିକ ଦୀପ ଓ ଶିକା ନିଁଆକୁ ଆୟତ୍ତତାଧୀନ କରିଥିଲେ l ଅଗ୍ନିଶମ ବିଭାଗ ପୁନଃ ନିରୀକ୍ଷଣ କରି ସମ୍ପୂର୍ଣ୍ଣ ନିଆଁ ଲିଭାଇ ଲୋକଙ୍କ ପାଖରୁ ପ୍ରଶଂସା ପାଇ ଯଥାଶୀଘ୍ର ଯଥାସ୍ଥାନକୁ ପହଁଞ୍ଚି କାମ କରିବାର ଦେଖିବାକୁ ମିଳୁଛି l ଏହି ଦମକଳ ଗାଡି ଆସିବା ଦେଖି ନିଆଁ ସଂଯୋଗ କିପରି ହେଲା ଏହାର ତଦନ୍ତ କରିବାକୁ ଲୋକେ କଥୋପକଥନ ହେବାର ଜଣା ପଡିଥିଲା l ଗାଇସିଲଟରୁ ଫକୀର ଦୀପଙ୍କ ରିପୋର୍ଟ କଳିଙ୍ଗ ଫୋକସ ନ୍ୟୁଜ