ସୂର୍ଯ୍ୟମନ୍ଦିରରୁ ବାଲି କଢ଼ା ସ୍ଥିତ ଅନୁଧ୍ୟାନ କଲେ ଏ ଏସଆଇ ମହାନିର୍ଦ୍ଦେଶକ।
କୋଣାର୍କ :- ଶନିବାର ପୂର୍ବାହ୍ନରେ ଏ ଏସ ଆଇ ମହା ନିର୍ଦ୍ଦେଶକ ଯଦୁବୀର ସିଂ ରାୱତଙ୍କ ସମେତ ଏକ ୧୫ଜଣିଆ ବିଶେଷଜ୍ଞ ଉଚ୍ଚସ୍ତରୀୟ କମିଟି କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରୁ ବାଲି କାଢ଼ିବା କାର୍ଯ୍ୟ ପାଇଁ ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି। ଏହି ବିଶେଷଜ୍ଞ ଟିମ୍ ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟାରୁ ଅଧୂକ ସମୟ ତନ୍ନ ତନ୍ନ କରି ଅନୁଧ୍ୟାନ କରିଛନ୍ତି।ଉତ୍ତର ପଶ୍ଚିମ କୋଣ ହାତୀଦ୍ବାର ନିକଟରେ ଏଡିଜିଙ୍କ ସମେତ ୧୫ଜଣିଆ ବିଶେଷଜ୍ଞ ଦଳ ଦୀର୍ଘ ସମୟ ଧରି ଆଲୋଚନା କରିଥିଳେ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କଢ଼ା ପ୍ରକ୍ରିୟା, ସମୟାନୁଯାୟୀ ମନ୍ଦିରର ଭିତ୍ତିଭୂମିର ଅବସ୍ତିତି, ମନ୍ଦିର ସଂରକ୍ଷଣ ଆଦି ସମୀକ୍ଷା କରିଥିଲେ। ଏଥୂସହ ସେଠାରେ ପୂଜାର୍ଚ୍ଚନା କରାଯାଇଥିଲା। ଉତ୍ତର ପଶ୍ଚିମ କୋଣରେ ଏକ ଟନେଲ ନିର୍ମାଣ କରାଯିବ ସହ ସମସ୍ତଙ୍କ ପରାମର୍ଶକ୍ରମେ ବାଲି କଢା ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ରାୱତ ସୂଚନା ଦେଇଥିଲେ।ତେବେ ଏଏସଆଇ ଡିଜିଙ୍କ ସହିତ ଏଡିଜି ଜାନଭିଜ ଶର୍ମା,ଡାଇରେକ୍ଟର କନଜରଭେସନ ଭୀମା ଆଜମିର ସର୍କଲ ସୁପରିଟେଣ୍ଡେଟ ଡଃ ଡି.ବି ଗଡ଼ନାୟକ,ଡେପୁଟି ସୁପରିଟେଡେଣ୍ଟ ଚିତ୍ତରଞ୍ଜନ ଦାଶ,ଜୀବନ ପଟ୍ଟନାୟକଙ୍କ ସମେତ ବିଶେଷଜ୍ଞ ଦଳ ଉପସ୍ଥିତ ଥିଲେ।। ସୂଚନାଯୋଗ୍ୟ, ଗତ ୨୦୨୨ ସେପ୍ଟେମ୍ବର ମାସ ୮ତାରିଖରେ ଏଏସଆଇ ଓ ବିଡିଆର ନିର୍ମାଣ ବିଭାଗ ସୂର୍ଯ୍ୟମନ୍ଦିର ଗର୍ଭଗୃହ ଦ୍ବାର ନିକଟରେ ପୂଜାର୍ଚ୍ଚନା ସହିତ ହୋମଯଜ୍ଞ କ ଶୁଭ ଦେଇଥିଲେ। ୨୦୨୩ ଜାନୁୟାରୀ ମାସରେ କାର୍ଯ୍ୟ ଆରମ୍ଭ ହୋଇଥିଲା।