ପାଣି ପାଇଁ ଶତାଧିକ ମହିଳାଙ୍କ ରାସ୍ତା ଅବରୋଧ
ଝରିଗାଁ ୨୪/୦୫ -ନବରଂଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ବକଡାବେଡା ଠାରେ ଦୀର୍ଘଦିନ ଧରି ପାଣି ସମସ୍ୟା ଲାଗି ରହିଥିବା ନେଇ ବକଡାବେଡା ଗ୍ରାମବାସୀଙ୍କ ଦ୍ୱାରା
ନବରଙ୍ଗପୁର- ଉମରକୋଟ ମୁଖ୍ୟ ରାସ୍ତା ଅବରୋଧ କରି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ଗାଁର ଶତାଧିକ ମହିଳା ପାଣି ହାଣ୍ଡି ଧରି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି |ସୂଚନା ପ୍ରକାରେ, ନବରଙ୍ଗପୁର -ଉମରକୋଟ ରାସ୍ତା ପ୍ରଶସ୍ତିକରଣ ଚାଲିଥିବା ଯୋଗୁଁ ରାସ୍ତା ପାର୍ଶ୍ୱରେ ପୋତା ଯାଇଥିବା ବସୁଧା ପାଇପ ସବୁ ଖୋଲି ଦିଆଯିବା ପରେ ବକଡାବେଡା ଗ୍ରାମର ୧୦ ନମ୍ବର ୱାର୍ଡ ଓ ୧୧ ନମ୍ବର ୱାର୍ଡର ଜନସାଧାରଣ ମାସେ ରୁ ଉର୍ଦ୍ଧ ହେବ ପାଣି ସମସ୍ୟା ଭୋଗୀ ଆସୁଛନ୍ତି |୧୦ ନମ୍ବର ୱାର୍ଡରେ ୧୫ ରୁ ଉର୍ଦ୍ଧ ପରିବାର ବସବାସ କରୁଥିବା ବେଳେ ୧୧ ନମ୍ବର ୱାର୍ଡରେ ୬୦ ରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି |କହିବାକୁ ଗଲେ ମୋଟ ୭୫ ପରିବାର ମାସେରୁ ଉର୍ଦ୍ଧ ହେବ ଜଳକଷ୍ଟ ଭୋଗୁଛନ୍ତି |ନିଜ ନିଜ ୱାର୍ଡ ମେମ୍ବର ମାନଙ୍କୁ ଜଣେଇବା ସହିତ ପଂଚାୟତର ସରପଞ୍ଚ, ସମିତି ସଭ୍ୟ, ପିଇଓ ଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କେହିବି କର୍ଣ୍ଣପାତ ନକରିବାରୁ ଆଜି ବାଧ୍ୟହୋଇ ରାସ୍ତା ଅବରୋଧ କରିଥିବା ଜଣାପଡିଛି |ତେବେ ରାସ୍ତା ଅବରୋଧକୁ ୩ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହଇ ପାରିନାହିଁ । ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଂଚିନଥିବା ବେଳେ ରାସ୍ତା କାର୍ଯ୍ୟ କରୁଥିବା ଠିକାଦାର ଆସନ୍ତା କାଲି ପାଇପ ବିଛେଇ ଉଭୟ ୱାର୍ଡରେ ପାଣି ପହଞ୍ଚାଇବାର ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେବା ପରେ ମହିଳାମାନେ ରାସ୍ତା ଅବରୋଧ ରୁ ଉଠି ପଡ଼ିଥିବା ଜଣାପଡିଛି |ଝରିଗାଁ ରୁ ମୁରଲୀଧର ହରିଜନ ଙ୍କ ରିପୋର୍ଟ କଳିଙ୍ଗ ଫୋକସ।