ଶେରଗଡ – ନୀଳଗିରି – ଝରଣା ଘାଟି ରାସ୍ତାରେ ପିତୁ ମଧ୍ୟରେ ଗଛ ଯୋଗୁଁ ଗଲାଣି ୫ ଜୀବନ:ସାମାଜିକ କର୍ମୀଙ୍କ ଧାରଣା ପାଇଁ ଚେତାବନୀ।
ନୀଳଗିରି ,ତା,୦୪/୬(ନୀଳଗିରି)
ଶେରଗଡ – ନୀଳଗିରି – ଝରଣା ଘାଟି ରାଜ୍ୟ ରାଜପଥ – ୧୯ ର ୪ ଟିକିଆ ରାସ୍ତା ପ୍ରଶସ୍ତି କରଣ କାର୍ଯ୍ୟ ଶେଷ ପର୍ଯାୟରେ ପହଞ୍ଚି ଥିବାବେଳେ, ଠିକାଦାର ରାସ୍ତାର ପିଚୁ କାର୍ଯ୍ୟ ଶେଷ ହୋଇଛି।ମାତ୍ର ଉକ୍ତ ରାସ୍ତା ମଝିରେ କିଛି କିଛି ସ୍ଥାନରେ ଗଛ ରହି ଯାଇଥିବାରୁ ଅନ୍ଧାର ରାତିରେ ଯାନ ବାହନ ଯୋଗେ ଯାତାୟାତ କରୁଥିବା ପଥଚାରୀ ମାନେ ଦୁର୍ଘଟଣା ର ସମ୍ମୁଖୀନ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି।ଏ ଭଳି ସମ୍ବେଦନଶୀଳ ଘଟଣା ପାଇଁ ସମାଜ ସେବୀ ତଥା ସାମ୍ବାଦିକ ପ୍ରଫୁଲ୍ଲ କୁମାର ମହାନ୍ତି ସମସ୍ୟା ସମାଧାନ ନ ହେଲେ ଧାରଣାରେ ବସିବେ ବୋଲି ନୀଳଗିରି ରେଞ୍ଜ ଅଧିକାରୀଙ୍କ ମାଧ୍ୟମରେ ଡି.ଏଫ୍.ଓ.ବାଲେଶ୍ଵର ଙ୍କୁ ଅବଗତ କରି ଥିବା ଜଣା ଯାଇଛି।ସୂଚନା ରୁ ଜଣାଯାଇଛି, ରାଜ୍ୟ ରାଜପଥ -୧୯ ରେ ଯାନବହନ ଚଳାଚଳ ଗହଳିକୁ ଦୃଷ୍ଟିରେ ରଖି ବାଲେଶ୍ଵର ସାଂସଦ ମାନ୍ୟବର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନୀଳଗିରି ରାସ୍ତା ଓ ଗୃହ ନିର୍ମାଣ ବିଭାଗ ର ପରାମର୍ଶ କ୍ରମେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୨୫ କୋଟି ଟଙ୍କାର ବ୍ୟୟବରାଦ ମଞ୍ଜୁର କରିଥିଲେ। ରାସ୍ତା ପ୍ରଶସ୍ତି କରଣ କାର୍ଯ୍ୟର ଅବଧି ଶେଷ ହେବା ସହ ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ଶେଷ ପର୍ଯାୟରେ ପହଞ୍ଚି ଥିବାବେଳେ, ବନ ବିଭାଗ ଆଜି ପର୍ଯ୍ୟନ୍ତ ରାସ୍ତା ମଝିରେ ଥିବା ଗଛ ଗୁଡ଼ିକୁ ଅପସାରଣ ବା କାଟି ନାହାନ୍ତି। ଏ ସମସ୍ତ କାର୍ଯ୍ୟ ପାଇଁ ସରକାରୀ ଭାବେ ଆଦେଶ ଓ ନିର୍ଦ୍ଦେଶ ଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନାହିଁ। ଏ ପରି କି, ପୋଡାଶୁଳ ବଜାର ଠାରୁ ଝରଣା ଘାଟି ପର୍ଯ୍ୟନ୍ତ ଦୀର୍ଘ ୨୩ କି. ମି. ରାସ୍ତା ମଧ୍ୟରେ ବହୁ ଗଛ ଗୁଡ଼ିକ ଦଣ୍ଡାୟ ମାନ ଅବସ୍ଥାରେ ରହିଛି।ଯାହା ଫଳରେ ଏ ଗଛ ଗୁଡ଼ିକ ପଥଚାରୀଙ୍କ ପାଇଁ ମରଣଯନ୍ତା ପାଲଟିଛି। ଅଧିକାଂଶ ସମୟରେ ପଥଚାରୀ ମାନେ ଯାନ ବାହନ ଯୋଗେ ଯାତାୟାତ ବେଳେ ଗଛ ମାନଙ୍କରେ ଧକ୍କା ହୋଇ ଧନ ଜୀବନ ହାନି ଘଟୁଛି।ବାଲେଶ୍ଵର ଜିଲ୍ଲା ବନ ବିଭାଗ ଏଥି ପ୍ରତି ଦୃଷ୍ଟି ନ ଦେଇ ଅଣଦେଖା କରୁଥିବାରୁ ନୀଳଗିରିର ସାମାଜିକ କର୍ମୀ ପ୍ରଫୁଲ୍ଲ କୁମାର ମହାନ୍ତି ବାଲେଶ୍ଵର ଡି.ଏଫ୍.ଓ.ଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଏ ସଂପର୍କରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଅଧୀକ୍ଷଣ ଯନ୍ତ୍ରୀ, ରାସ୍ତା ଓ ଗୃହ ନିର୍ମାଣ ବିଭାଗ,ଜିଲ୍ଲାପାଳ,ବାଲେଶ୍ଵର,ଏସ. ପି.ବାଲେଶ୍ଵର, ମୁଖ୍ୟ ଯନ୍ତ୍ରୀ , ରାସ୍ତା ଓ ଗୃହ ନିର୍ମାଣ ବିଭାଗ,ବାଲେଶ୍ଵର ଏବଂ ନୀଳଗିରି ଉପଜିଲ୍ଲାପାଳ ଙ୍କୁ ଅବଗତ କରାଯାଇଛି।ଆସନ୍ତା ୧୫ ଦିନ ମଧ୍ୟରେ ଏ ଦିଗରେ ବିଭାଗୀୟ ପଦାଧିକାରୀ ଆଶୁ ସମାଧାନ ଉପରେ ବିହିତ ପଦକ୍ଷେପ ନ ନେଲେ ବାଧ୍ୟ ହୋଇ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।