Header-News-Banner

ଗୁରୁସିଙ୍ଗା ଠାରେ ଗଣ୍ଡ ସମାଜ ସାଂସ୍କୃତିକ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ |

0
WhatsApp Image 2026-06-15 at 11.30.31 AM


ଝରିଗାଁ ତା ୧୪/୦୬/୨୦୨୬-ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୁରୁସିଙ୍ଗା ପଂଚାୟତ ସଦର ମହକୁମା ଠାରେ ନବରଙ୍ଗପୁର ଜିଲ୍ଲାର ଗଣ୍ଡ ସମାଜର ବୁଦ୍ଧିଜୀବୀ ଓ ଜନସାଧାରଣ ମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ ଏକ ସାଂସ୍କୃତିକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି |ଉକ୍ତ ବୈଠକରେ ଗଣ୍ଡ ସମାଜର ରୀତିନୀତି, ପରମ୍ପରା,କଳା ସଂସ୍କୃତି ଓ ଚଳଣି ଆଦି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବା ସହ ସମୟ ଚକ୍ରରେ ଲୁପ୍ତ ହେବାକୁ ବସିଥିବା ପରମ୍ପରା, ସଂସ୍କୃତି, ରୀତିନୀତି, ଚଳଣି ଆଦିକୁ ବଞ୍ଚେଇ ରଖିବାକୁ ନିଷ୍ପତି ନିଆଯାଇଥିଲା |ଉପସ୍ଥିତ ବୁଦ୍ଧିଜୀବୀ ମାନଙ୍କ ନିଷ୍ପତି କ୍ରମେ ଗଣ୍ଡ ସମାଜ ଜିଲ୍ଲା ସାଂସ୍କୃତିକ କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇଥିଲା |ସମାଜର ବୁଦ୍ଧିଜୀବୀ ମାନଙ୍କ ପ୍ରସ୍ତାବ ଓ ସମର୍ଥନ କ୍ରମେ ରମେଶ ମାଝୀଙ୍କୁ ସଭାପତି,ତ୍ରମିଳା ପୂଜାରୀଙ୍କୁ ଉପ ସଭାପତି,ଯଦୁଲାଲ ମାଝୀଙ୍କୁ ସମ୍ପାଦକ,ମୋହନ ନାୟକଙ୍କୁ ସହ ସମ୍ପାଦକ,ହନୁମନ୍ତ ମାଝୀଙ୍କୁ କୋଷାଦକ୍ଷ ଭାବେ ଚୟନ କରାଯାଇଥିବା ବେଳେ ସୋମନାଥ ମାଝୀ,ଧନସିଂ ମାଝୀ, ରୂପସିଂ ସୋରୀ,ଈଶ୍ୱର ପୋଟା,ମାର୍କଣ୍ଡ ମାଝୀ ପ୍ରମୁଖଙ୍କୁ ଧଙ୍ଗଡାମାଝୀ ଭାବେ ଚୟନ କରାଯାଇଥିଲା |ଉପରୋକ୍ତ ପଦାଧିକାରୀ ବ୍ୟକ୍ତି ମାନେ ଲୋପ ପାଉଥିବା ପରମ୍ପରା,କଳା ସଂସ୍କୃତି, ରୀତିନୀତି,ଚଳଣି, ଆଦିକୁ ବଞ୍ଚେଇ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହିତ ସମାଜର ଜନସାଧାରଣଙ୍କୁ ସଚେତନ କରିବେ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି |ଝରିଗାଁ ରୁ ମୁରଲୀଧର ହରିଜନ ଙ୍କ ରିପୋର୍ଟ କଳିଙ୍ଗ ଫୋକସ।

Spread the love

Leave a Reply

Your email address will not be published. Required fields are marked *