ଶ୍ରୀ ଶ୍ରୀ ଶ୍ରୀ ପତିତ ପାବନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟ କ୍ରମ ଅନୁଷ୍ଠିତ
ନୀଳଗିରି,ତା,୨୧/୦୬(ନୀଳଗିରି)
ଉତ୍ତର ର ଓଡିଶା ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର ତଥା ଦେବଗିରି ପାହାଡ଼ ପାଦଦେଶରେ ନୂତନ ଭାବେ ନିର୍ମିତ ଶ୍ରୀ ଶ୍ରୀ ଶ୍ରୀ ପାତିତ ପାବନ ମନ୍ଦିରର ବିଗ୍ରହ ପ୍ରତିଷ୍ଠା ଓ ମନ୍ଦିର ପ୍ରତିଷ୍ଠା ଅନୁଷ୍ଠିତ ହୋଇଯାଇଛି। ଏଥି ନିମନ୍ତେ ୬ ଦିନ ବ୍ୟାପି ଆୟୋଜିତ କାର୍ଯ୍ୟକ୍ରମ ର ଦ୍ଵିତୀୟ ଦିବସ ରେ, ପୂର୍ବାହ୍ନ ପ୍ରାୟ ୯ ଘଟିକା ସମୟରେ ସାହସ୍ରାଧିକ ମହିଳାଙ୍କୁ ନେଇ କଳସ ଧରି ମନ୍ଦିର ଠାରୁ ବାହାରି ପଞ୍ଚଲିଙ୍ଗେଶ୍ୱର ଛକ ନିକଟକୁ ଯାଇ ସେନାପତି ପୋଖରୀ ରୁ କଳସ ବୁଡ଼ାଇ ମନ୍ଦିର ନିକଟକୁ ଫେରିଥିଲେ ।ଦ୍ୱିତୀୟ ଦିବସ କାଯ୍ୟକ୍ରମ ଅନୁଯାଇ କୁଣ୍ଡ ସଂକାର, ଅଗ୍ନିସ୍ଥାପନ ଓ ଆଚାଯ୍ୟ ବରଣ କାଯ୍ୟକ୍ରମ ସମାପନ କରାଯାଇଥିଲା। ଆଜିର କଳସ ଶୋଭା ଯାତ୍ରାରେ ବିଭିନ୍ନ ସଂକୀର୍ତନ ମଣ୍ଡଳୀ, ଧୁମସା ବାଜା ରାସ୍ତାରେ ପ୍ରାୟ ହଜାର ହଜାର ପୁରୁଷ ମହିଳା ଧାଡି ବାନ୍ଧି ସଂକୀର୍ତନ କରି ଯିବା ଦୃଶ୍ୟ ଅତ୍ୟନ୍ତ ମନୋରମ ଓ ଭାବମୟ ଆଧ୍ୟାତ୍ମିକ ପରିବେଷ ସୃଷ୍ଟି କରିଥିଲା। ଯଜ୍ଞ ସ୍ଥଳୀରେ ବେଦ ବିତ ବ୍ରାହ୍ମଣ ମାନଙ୍କର ପବିତ୍ର ବେଦ ମନ୍ତ୍ର ଉଚ୍ଚାରଣ ରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମାଜସେବୀ ବସନ୍ତ କୁମାର ରାଉଳ, ଶରତ ଚନ୍ଦ୍ର ରାଉତ ଦିଲ୍ଲୀପ କୁମାର ବଳ, ସୋମନାଥ ନାୟକ, ମଧୁସୁଧନ ନାୟକ,ଶ୍ରୀଧର ବେହେରା , ମାନସ କୁମାର ପଣ୍ଡା ବିଶ୍ୱନାଥ ଜେନା, ଜୟନ୍ତ କୁମାର ବେହେରା, ବାପୁ ପୃଷ୍ଟି , ଚିତ୍ତ ରଞ୍ଜନ ବିଶ୍ୱାଳ, ମାଧ ନାୟକ, ଉମାକାନ୍ତ ବାରିକ, ଲଷ୍ମୀଧର ଜେନା, ସୋମ୍ୟରଞ୍ଜନ ବେହେରା, ବିଶ୍ଵମ୍ବର ରାଉଳ, ଲଷ୍ମୀଧର ଦାସ, ସାଧୁଲ ପ୍ରସାଦ ନାୟକ ପ୍ରମୁଖ ଉପସ୍ଥିତ ରହି କାଯ୍ୟ କ୍ରମ ପରିଚାଳନା ରେ ସହଯୋଗ କରିଥିଲେ।