Header-News-Banner

ସିଦ୍ଧାମୂଳା ଗୋକୁଳାନନ୍ଦ ଜୀଉଙ୍କ ପୀଠ ରେ ଗଣିଆ ପ୍ରେସ୍ କ୍ଳବର ବନ୍ଧୁମିଳନ ଅନୁଷ୍ଠିତ

0
WhatsApp Image 2026-06-28 at 2.54.26 PM


ଗଣିଆ ୨୮/୦୬(ସରୋଜ କୁମାର ଦାଶ) ଗଣିଆରେ କାର୍ଯ୍ୟରତ ପଞ୍ଜିକୃତ ଗଣମାଧ୍ୟମ ସଂସ୍ଥା ଗଣିଆ ପ୍ରେସ କ୍ଳବର ବନ୍ଧୁମିଳନ ସିଧାମୂଳାସ୍ଥିତ ଗୋକୁଳାନନ୍ଦ ପୀଠରେ ଅନୁଷ୍ଠିତ ହୋଇଯାଇଛି । ପ୍ରେସ କ୍ଳବର ସଭାପତି ଦେବୀ ପ୍ରସାଦ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସଭାରେ ଉପସଭାପତି ଆନନ୍ଦ ଚନ୍ଦ୍ର ବେହେରା, ସମ୍ପାଦକ ସରୋଜ କୁମାର ଦାଶ, କୋଷାଧ୍ୟକ୍ଷ ବିଜୟଲକ୍ଷ୍ମୀ ରାଉତ, ବ୍ରଜ କିଶୋର ସାହୁ,ଚିତ୍ତରଞ୍ଜନ ମିଶ୍ର,ସାହେବ ସେନାପତି, ବାବୁଲାଲ ମିଶ୍ର,ରମେଶ କୁମାର ମିଶ୍ର, ସୁବ୍ରତ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଜୁଲାଇ ମାସ ଶେଷ ସୁଦ୍ଧା ସମସ୍ତ ସଦସ୍ୟ କାର୍ଯ୍ୟ କରୁଥିବା ଗଣମାଧ୍ୟମ ସଂସ୍ଥାର ପ୍ରେସ କାର୍ଡ ଜେରକ୍ସ ପ୍ରଦାନ କରିବାକୁ ସଭାପତି ସମସ୍ତଙ୍କୁ ଅନୁରୋଧ କରିଥିଲେ । ଅନ୍ୟ ମାନଙ୍କ କଥାରେ ଭାସି ନଯାଇ ସମସ୍ତ ସଦସ୍ୟ ଜୀବନ ଥିବା ପର୍ଯ୍ୟନ୍ତ କେବଳ ଉତ୍କଳ ସାମ୍ବାଦିକ ସଂଘର ସଦସ୍ୟ ଭାବେ କାର୍ଯ୍ୟ କରିବେ ବୋଲି ଶପଥ ଗ୍ରହଣ କରିଥିଲେ । ଉତ୍କଳ ସାମ୍ବାଦିକ ସଂଘର ସ୍ଥାୟୀ ସଦସ୍ୟତା ଗ୍ରହଣ କରିନଥିବା ଦୁଇ ଜଣ ସଦସ୍ୟ ତୁରନ୍ତ ନିଜ ନିଜର ଆବଶ୍ୟକ ତଥ୍ୟ ବ୍ଳକ ସଭାପତିଙ୍କୁ ପ୍ରଦାନ କରିବାକୁ ଆଲୋଚନା ହୋଇଥିଲା । ସମ୍ପାଦକ ଶ୍ରୀ ଦାଶ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହିତ ଏଭଳି ଏକାଠି ରହିଲେ ସଂଘର ଏକତ୍ବ ବଜାୟ ରହିବ ବୋଲି ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *