ଗୋପାଳପୁର–ରାୟଗଡା ରେଳ ପ୍ରକଳ୍ପ ଦାବିରେ ଆନ୍ଦୋଳନର ଡାକ
କୁକୁଡାଖଣ୍ଡି:ଗୋପାଳପୁର–ରାୟଗଡା ରେଳ ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକାରୀ କରିବା ଦାବିରେ ଗଞ୍ଜାମ ଜିଲ୍ଲାରେ ଜନଆନ୍ଦୋଳନର ସ୍ୱର ଦିନକୁ ଦିନ ଜୋର ଧରୁଛି। ବିଭିନ୍ନ ଅଞ୍ଚଳରେ ସଭା ଓ ଜନସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଦାବିକୁ ନେଇ ଲୋକଙ୍କ ସମର୍ଥନ ବଢ଼ୁଥିବା ବେଳେ କୁକୁଡାଖଣ୍ଡି ବ୍ଲକରେ ମଧ୍ୟ ଏହାର ପ୍ରଭାବ ସ୍ପଷ୍ଟ ଭାବେ ପରିଲକ୍ଷିତ ହୋଇଛି।ଏହି ପ୍ରକଳ୍ପ ଦାବିରେ ଆଜି କୁକୁଡାଖଣ୍ଡି ବ୍ଲକର ବାଲିପଡ଼ା କଲ୍ୟାଣ ମଣ୍ଡପରେ ଏକ ବିଶାଳ ସଭା ଅନୁଷ୍ଠିତ ହୋଇଥିଲା। ପ୍ରାକ୍ତନ ସର୍ବଭାରତୀୟ ପ୍ରଶାସକ ଡକ୍ଟର ବାଳକୃଷ୍ଣ ପଣ୍ଡା ସଭାରେ ଅଧ୍ୟକ୍ଷତା କରିଥିଲେ। ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, ବରିଷ୍ଠ ସାମ୍ୟବାଦୀ ନେତା କୈଳାଶ ଷଡ଼ଙ୍ଗୀ, ବରିଷ୍ଠ କଂଗ୍ରେସ ନେତା ବୃନ୍ଦାବନ ଖଟେଇ, ଦକ୍ଷିଣ ଓଡ଼ିଶା ରେଳ ବିକାଶ ପରିଷଦର ଉପସଭାପତି ରମେଶ ଚନ୍ଦ୍ର ପଣ୍ଡା, ବାଲିପଡ଼ା ସରପଞ୍ଚ ପ୍ରତିନିଧି ଜିତେନ୍ଦ୍ର ସେଠି ଏବଂ ପୂର୍ବତନ ସରପଞ୍ଚ ମନୋଜ ବିଷୋୟୀ ପ୍ରମୁଖ ମଞ୍ଚାସୀନ ଥି…