ଯୁବ କ୍ଲବ ବିକାଶ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଟିତ
ପାଇକମାଲ -(ବଂଶୀଧର ନାୟକ)ଭାରତ୍ ସରାକରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନ ରେ କାମ କରୁଥିବା ମାଇ ଭାରତ କେନ୍ଦ୍ର ବରଗଡ଼ ପକ୍ଷରୁ, ପାଇକମାଳ ବ୍ଳକ୍ ରେ ୨୩.୦୬.୨୦୨୬ ରୁ ୨୭.୦୬.୨୦୨୬ ପର୍ଯ୍ୟନ୍ତ ଯୁବ କ୍ଲବ ବିକାଶ ଅଭିଯାନ ଅନୁଷ୍ଠିତ ହୋଇ ଥିଲା l ଭାରତ ସରକାର ଙ୍କ ମୁଖ୍ୟ ଉଦ୍ଦେଶ୍ୟ ଏହି କି ଯେ,, ଯୁବ ଶକ୍ତି ହେଉଛନ୍ତି ଆମ ଦେଶର ଶକ୍ତି, ସେମାନଙ୍କୁ କିପରି ଭାବରେ ଦକ୍ଷତା ,ତଥା ସାମାଜିକ, ଅର୍ଥନୈତିକ, କ୍ରୀଡ଼ା,ସାଂସ୍କୃତିକ, ବ୍ୟବସାୟିକ ଉନ୍ନତି କରିବା ସହିତ ଦେଶ ର ଉନ୍ନତି ପାଇଁ ଯୁବଶକ୍ତି ମୁଖ୍ୟ ଭୂମିକାରେ ରହେ, ସେଥି ପାଇଁ ଯୁବ ଶକ୍ତି ର ବିକାଶ ଧାରା ଆଗେଇବା ପାଇଁ ଭାରତ ସରକାରଙ୍କ ଏକ ନିଆରା ପ୍ରୟାସ l ରେ ୨୯.୦୬.୨୦୨୬ ରେ ଏହି କାର୍ଯ୍ଯକ୍ରମ ସମାପନ ପାଇଁ ମୁଖ୍ୟ ଅତିଥି ଭାବରେ ମାଇ ଭାରତ ବରଗଡ଼ ଜିଲ୍ଲା ଯୁବ ଅଧିକାରୀ ଶ୍ରୀ କମଲ ସା, ସମାଜସେବୀ ପ୍ରଫୁଲ୍ଲ ମାକର୍, ଲୁକୁ ରଣ, ଅନିଲ ସାହୁ,ଜମନ କରେଇ ସନାତନ ପାଣ୍ଡେ, ଲେନିଶ ଚନ୍ଦ୍ର ସାହୁ, ରିଙ୍କୁ ପ୍ରଧାନ,ଉପସ୍ଥିତ ଥିଲେ ପର୍ଯ୍ୟାୟ କ୍ରମେ,, ଜିଲ୍ଲା ଯୁବ ଅଧିକାରୀ ଶ୍ରୀ କମଲ ସା, ଓ ଶ୍ରୀ ମାକର୍ ଯୁବ ଶକ୍ତି ର ୟୁଥ୍ ଆଇକନ ସ୍ୱାମୀ ବିବେକାନନ୍ଦ ଙ୍କୁ ପୁଷ୍ପମାଳା ଅର୍ପଣ କରି ଦ୍ୱୀପ ଉଜ୍ଜଳନ କରିଥିଲେ ତାପରେ ଭାରତ୍ ସରାକରଙ୍କ ଏହି ଵିଭାଗ ର ବିଭିନ୍ନ ସ୍କିମ ବାବଦ ରେ ଅଭିଭାଷଣ ପ୍ରଦାନ କଲେ, ଓ ଯୁବ ଶକ୍ତି କିପରି ପରିବେଶ ସୁରକ୍ଷା ବୃକ୍ଷ ରୋପଣ କରିବେ ଏବଂ ଯୁବ ଶକ୍ତି କିପରି ନିଶାମୁକ୍ତ ରହିବା ଓ ନିଶା ଦ୍ରବ୍ୟ ବ୍ୟବହାର ଯୁବ ଶକ୍ତିକୁ କିପରି କୁ ପ୍ରଭାବ ସହିତ ଦେଶ ପାଇଁ କୁ ପ୍ରଭାବ ବିଷୟରେ ଅଭିଭାଷଣ ପ୍ରଦାନ କରି ଥିଲେ ଶେଷ ରେ ଧନ୍ୟବାଦ୍ ଦେଇ ଥିଲେ ଘନଶ୍ୟାମ ସତରୀୟ, ଓ ସମସ୍ତେ ଆମ ଭାରତ ର ଜାତୀୟ ସଙ୍ଗୀତ ଗାନ କରି ସଭାକୁ ସମାପନ କରିଥିଲେ l