ଡାଲଗୁମା ମଣ୍ଡି ନିକଟରେ ଶୋଇଥିବା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା
କଳାହାଣ୍ଡି,କୋକସରା ୨୯/୦୬: ରୁପେନ୍ଦ୍ର ସୁନାନୀ: କଳାହାଣ୍ଡି ଜିଲ୍ଲା, କୋକସରା ଥାନା ଡାଲଗୁମା ମଣ୍ଡି ନିକଟରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଶୋଇଥିବା ଅବସ୍ଥାରେ ହତ୍ୟା କରାଯାଇଥିବା ଜଣାପଡ଼ିଛି।ସେ ମଣ୍ଡି ନିକଟ ରାସ୍ତା କଡରେ ଥିବା ଏକ ଚାଷଜମି ପାର୍ଶ୍ୱରେ ଦୀର୍ଘବର୍ଷ ହେବ ଘର କରି ରହୁଥିଲେ। ତେବେ ପ୍ରତିଦିନ ଭଳି ଗତ ରାତିରେ ଘର ବାହାରେ ମଶାରୀ ଟାଙ୍ଗି ଶୋଇଥିବା ବେଳେ ବିଳମ୍ବିତ ରାତିରେ କେହି ଜଣେ ଧାରୁଆ ଅସ୍ତ୍ରରେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଜଣକ ହେଲେ ଡାଲଗୁମା ଗ୍ରାମର ଶୁକଦେଵ ଧରୁଆ (୫୫) ବୋଳି ଜଣାପଡିଛି। ସକାଳେ ତାଙ୍କ ଝିଅ ରୁକ୍ମଣୀ ଧରୁଆ ଓ ସମ୍ପର୍କୀୟ ଭାଇ ଦେଖିଲା ପରେ ପରିବାର ଓ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ପୋଲିସ୍ କୁ ଖବର ଦେଲା ପରେ ଖବର ପାଇ କୋକସରା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ କେଉଁ କାରଣରୁ ଶୁକଦେବର ହତ୍ୟା ହୋଇଛି ତାହା ବର୍ତମାନ ଅସ୍ପଷ୍ଟ ରହିଛି।ପୋଲିସର ତଦନ୍ତ ପରେ ସବୁ କିଛି ଜଣାପଡ଼ିବ ବୋଲି ଅନୁମାନ କରାଯାଉଛି।