କଳାହାଣ୍ଡିରେ ଆସ୍ଥାନ ଜମାଇଛନ୍ତି ବାରବୁଲା
ନା’ ଅଛି ଖାତା, ନା’ ଅଛି ଖତିଆନ
ଭବାନୀପାଟଣା, ୨୯/୦୬ : କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ବାରବୁଲାମାନେ ନିଜ ଆସ୍ଥାନ ଜମାଇବାରେ ଲାଗିଛନ୍ତି। ନା’ ଖାତା ଅଛି, ନା’ ଖତିଆନ ଅଛି ତଥାପି କାବାଡ଼ି ବ୍ୟବସାୟ ଆଳରେ କାୟା ବିସ୍ତାର କରିବାରେ ଲାଗିଛନ୍ତି। ବିଭିନ୍ନ ଚୋରି ଘଟଣାରେ ସମ୍ପୃକ୍ତ ରହୁଥିଲେ ମଧ୍ୟ ପୁଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ଜିଲ୍ଲାରେ ବାଲଂଦେଶୀ ଅନୁପ୍ରବେଶକାରୀ ଓ ବାରବୁଲାମାନେ ଅବାଧରେ ନିଜ କାୟା ବିସ୍ତାର କରିବାରେ ଲାଗିଛନ୍ତି ଜିଲ୍ଲାର କେସିଙ୍ଗା, ଜୁନାଗଡ଼, ଜୟପାଟଣା, ନର୍ଲା, ମ. ରାମପୁର, ଧର୍ମଗଡ଼ ସମେତ ୧୩ଟି ବ୍ଳକରେ ନିଜ ଆସ୍ଥାନ ଜମାଇଛନ୍ତି। କେଉଁଠି ଟେଣ୍ଟ ପକାଇ ତ’ କେଉଁଠି ଝୁପୁଡ଼ି କରି ରହୁଛନ୍ତି ବିଭିନ୍ନ ସ୍ଥାନରୁ ପ୍ଲାଷ୍ଟିକ ସାମଗ୍ରୀ, ଲୁହା ସାମଗ୍ରୀ ଓ ବିଭିନ୍ନ ସାମଗ୍ରୀ ସଂଗ୍ରହ କରି ଟ୍ରକରେ ରାୟପୁର
ପଠାଉଛନ୍ତି। ଟ୍ରକରେ ଜିଏସ୍ଟି ଆଦାୟ ହେଉ ନଥିବାରୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସ, ଜିଏସ୍ଟି ଅଧିକାରୀଙ୍କୁ
ହାତବାରିସୀ କରି ସେମାନଙ୍କ ବ୍ୟବସାୟ ବୃଦ୍ଧି କରୁଥିବାବେଳେ ୧୮ ପ୍ରତିଶତ ଜିଏସ୍ଟି
ଠକେଇ ଘଟଣା ତଦନ୍ତ ସାପେକ୍ଷ କାବାଡ଼ି ସାମଗ୍ରୀରେ ୧୮ପ୍ରତିଶତ ଜିଏସ୍ଟି ସଂଗ୍ରହ ହେଉଥିବାବେଳେ ବାରବୁଲାଙ୍କ ସାମଗ୍ରୀରେ
କିଭଳି ଅଣଦେଖା ହେଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବିଭିନ୍ନ ଚୋରି ଘଟଣାରେ
ସମ୍ପୃକ୍ତ ଥିବାବେଳେ ସେମାନଙ୍କ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନ ହେଉ ନଥିବା ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି| କିଛି ଦିନ ତଳେ କିଛି ବ୍ୟାଟେରି ଚୋରି ଘଟଣାରେ ବାରବୁଲାମାନଙ୍କ ଝୋପଡ଼ିରୁ ଉଦ୍ଧାର କରାଯାଇଥିଲା। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ ଗତ କୋଭିଡ ସମୟରେ ଚୋରି ଘଟଣାରେ ଜେଲଯିବା ଘଟଣା ଆଲୋଡନ ସୃଷ୍ଟି ହେଉଥିଲା | କିଛି ଦିନ ରହିଯିବା ପରେ ସ୍ଥାନୀୟ ରାଜନେତାଙ୍କୁ ଧରି ଆଧାରକାର୍ଡ ଓ ଭୋଟର କାର୍ଡ ହାତେଇ ଭୋଟ ବ୍ୟାଙ୍କ ସୃଷ୍ଟି କରିଛନ୍ତି। ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲେ ଏହି ରାଜନେତାମାନେ ସେମାନଙ୍କୁ ସୁରକ୍ଷା ଯୋଗାଉଥିବା ଅଭିଯୋଗ ହେଉଛି । ତେଣୁ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରି ଠାବ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।