ମୟୁରଭଞ୍ଜ : ବାରିପଦା (ଦେବ କୁମାର ) ୨୯/୦୬ ରିଖ ରାଜ୍ୟ ସରକାରଙ୍କ ଦ୍ୱାରା ମୟୂରଭଞ୍ଜ ଜିଲ୍ଲା
(DEOଙ୍କ ବଦଳି ଆଦେଶ, ମାସାଅର୍ମୀ ସଂଗଠନର ଦାବିପତ୍ର ) ମୟୁରଭଞ୍ଜ : ବାରିପଦା (ଦେବ କୁମାର ) ୨୯/୦୬ ରିଖ ରାଜ୍ୟ ସରକାରଙ୍କ ଦ୍ୱାରା ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବଦଳି ଆଦେଶ ଜାରି ହେବାର ଏକ ମାସରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଉକ୍ତ ଅଧିକାରୀଙ୍କୁ ଏପର୍ଯ୍ୟନ୍ତ ରିଲିଭ କରାଯାଇ ନଥିବାରୁ ଏହାର ପ୍ରତିବାଦରେ ମାସାଆର୍ମୀ ସଂଗଠନ ପକ୍ଷରୁ ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡିଙ୍କ ନେତୃତ୍ବରେ ଏକ ସ୍ମାରକପତ୍ର ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କୁ ପ୍ରଦାନ କରାଯାଇଛି l ସ୍ମାରକପତ୍ରରେ ଦର୍ଶାଯାଇଛି ଯେ,ଓଡିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣ ଶିକ୍ଷା ବିଭାଗ ଦ୍ବାରା ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବଦଳି ଆଦେଶ ଗତ ମାସ ୨୧ ତାରିଖ ଜାରି ହେବା ପରେ ମଧ୍ୟ ତାହାକୁ କାର୍ଯ୍ୟକାରୀ କରାଯାଉ ନଥିବା ଘଟଣା ସରକାରଙ୍କ ସ୍ବଚ୍ଛ ଶାସନ,ପ୍ରଶାସନିକ ସ୍ୱଚ୍ଛତା ଓ ଜବାବଦେହିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଏଭଳି ବିଳମ୍ବ ସରକାରୀ ନିଷ୍ପତ୍ତିର ମର୍ଯ୍ୟାଦାକୁ କ୍ଷୁଣ୍ଣ କରିବା ସହ ଜନସାଧାରଣଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି l ତେଣୁ ବଦଳି ଆଦେଶକୁ ଅବିଳମ୍ବ କାର୍ଯ୍ୟକାରୀ କରି ସମ୍ପୃକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତୁରନ୍ତ ରିଲିଭ କରାଯିବାକୁ ମାସାଆର୍ମୀ ସଂଗଠନ ପକ୍ଷରୁ ଦାବି କରାଯାଇଛି l ଯଦି ଆଗାମୀ ୭ ଦିନ ଭିତରେ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ରିଲିଭ କରା ନ ଯାଏ ତେବେ ମାସାଆର୍ମୀ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋବ ଓ ଗଣ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି l ଆଜିର କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡିଙ୍କ ସହିତ ଜିଲ୍ଲା ଉପସଭାପତି ଲକ୍ଷ୍ମୀକାନ୍ତ ବାସ୍କେ,ବିଶୁ ମୁର୍ମୁ,ପ୍ରେମଜିତ ମାରାଣ୍ଡି,ବିକ୍ରମ ମୁର୍ମୁ ପ୍ରମୁଖ ସାମିଲ ଥିଲେ l