ସ୍କୁଲ ଭେନ୍ ଧକ୍କା ରେ ଚାଲିଗଲା ଯୁବକ ର ଜୀବନ ଅନ୍ୟ ଜଣେ ଗୁରୁତର
ଧାର୍ମଗଡ ତା:-୨୯/୦୬(କଳିଙ୍ଗ ଫୋକସ ପ୍ରମୋଦ କୁମାର ପଣ୍ଡାଙ୍କ ରିପୋର୍ଟ ):
କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ଉତ୍କେଲା ଗ୍ରାମ ରୁ କୋକୋଡମାଲ୍ କୁ ସଂଯୋଗ କରୁଥିବା ପିବ୍ଲୁଡି ରାସ୍ତା ରେ ଅବସ୍ଥିତ ମେର୍ଶି ଇଂରାଜୀ ବିଦ୍ୟାଳୟ ସମ୍ମୁଖରେ ମେର୍ସି ସ୍କୁଲ ର ଛୁଟି ହେବା ପରେ ଭେନ୍ ଟି ସ୍କୁଲ ରୁ ପିଲା ମାନଙ୍କୁ ଘରକୁ ନେଇ ଯାଉଥିବା ବେଳେ ସ୍କୁଲ ରୁ ମୁଖ୍ୟ ରୋଡ କୁ ଉଠୁଥିବା ସମୟରେ କୋକୋଡମାଲ୍ ପଟରୁ ଉତ୍କେଲା ପଟେ ଆସୁଥିବା ଏକ ବାଇକ୍ ସହିତ ଜୋରଦାର ଧକ୍କା ହୋଇଥିଲା । ଦୁର୍ଘଟଣା ଘଟିଥିବା ବାଇକ୍ ରେ ଉତ୍କେଲା ପଞ୍ଚାୟତ ଦୁର୍ଘଟଣା ରେ ବାଇକ୍ ରେ ଯାଉଥିବା କୋକୋଡମାଲ୍ କନ୍ଧେଇମାଲ୍ ର ମୃତ ଯୁବକ ଜଣକ ଆକାଶ ଜାଲ (୧୪) ଏବଂ ଗୁରୁତର ଥିବା ଯୁବକ ଟି ପଙ୍କଜ ଜାଲ (୨୩ ) ବୋଲି ଜଣାପଡ଼ିଛି । ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ ଘଟଣା ସ୍ଥଳରେ ଆକାଶ ଙ୍କ ମୃତ୍ୟୁ ହୋଇଥିବା ବେଳେ ପଙ୍କଜ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ବିଷୟରେ ଜାଣିପାରି ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଉଦ୍ଧାର କରି କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ଔପଚାରିକତା ଭାବେ ଆକାଶ ଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଥିବା ପଙ୍କଜ ଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିଥିବା ସୂଚନା ମିଳିଛି । ଅନ୍ୟପଟେ ସ୍କୁଲ ଭେନ୍ ରେ ପ୍ରାୟ ୩୦ ଜଣ ଛୋଟ ଛୁଆ ବସିଥିବାବେଳେ ଏତେବଡ଼ ଦୁର୍ଘଟଣା ପରେ ମଧ୍ୟ ଷୌଭାଗ୍ୟ ବଶତଃ ୩୦ ଜଣ ଛୁଆ ସୁରକ୍ଷିତ ଅଛନ୍ତି ।ବାଇକ୍ ଯୋଗେ ଆସୁଥିବା ଦୁଇ ଜଣ ଯୁବକ ମାନେ ଗୋଟିଏ ପରିବାର ର ଦୁଇ ଭାଈ ବୋଲି ଜଣାପଡ଼ିଛି । ଦୁର୍ଘଟଣା ଘଟାଇଥିବା ସ୍କୁଲ ଭେନ୍ ଡ଼୍ରାଇଭର ଟି ଫେରାର ମାରିଥିବାବେଳେ ଦୁର୍ଘଟନା ସ୍ଥଳର ମେର୍ଶି ସ୍କୁଲ ରେ କୋକୋଡମାଲ୍ ଗ୍ରାମବାସୀ କ୍ଷତି ପୁରଣ ଦାବିରେ ଚାପା ଉତ୍ତେଜନା ଜାରି ରଖିଛନ୍ତି । ବର୍ତ୍ତମାନ୍ ଦୁର୍ଘଟଣା ସ୍ଥଳରେ କେସିଙ୍ଗା ପୋଲିସ ଏବଂ ଭବାନୀପାଟଣା ପୋଲିସ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଥିବାବେଳେ ତଦନ୍ତ ଜାରି ରଖିଛି ।