Header-News-Banner

ଜ୍ୟୋସ୍ନା ଅପା ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

0
WhatsApp Image 2026-06-30 at 2.51.36 PM


ଗଣିଆ -୩୦-୦୬( ସରୋଜ କୁମାର ଦାଶ)ଗଣିଆ ବ୍ଲକ ବେଲପଡାପାଟଣା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଜ୍ୟୋସ୍ନା ପଟ୍ଟନାୟକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶୁଭ୍ରମ ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଆରସିସି ବିନୋଦିନୀ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ପ୍ରତାପ କୁମାର ପାଣିଗ୍ରାହୀ, ସମ୍ପାଦକ ଶୋଭନ କୁମାର ପଣ୍ଡା, ବରିଷ୍ଠ ଶିକ୍ଷକ ସୁରେଶ କୁମାର ବେହେରା, ପରିଚାଳନା କମିଟିର ସଭାପତି ପ୍ରଫୁଲ୍ଲ କୁମାର ସାହୁ,ବିଦାୟୀ ସହକାରୀ ଶିକ୍ଷୟିତ୍ରୀ ଜ୍ୟୋସ୍ନା ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ସିଆରସିସି ରାଧାମୋହନ ନାୟକ ମଞ୍ଚ ପରିଚାଳନା କରିଥିଲେ । ବିଦ୍ୟାଳୟ ତରଫରୁ ବିଦାୟୀ ଶିକ୍ଷୟତ୍ରୀଙ୍କୁ ଉପହାର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେ ତାଙ୍କ ଚାକିରି ଜୀବନରେ ସିଆରସିସି ଭାବେ କାର୍ଯ୍ୟ କରି ବେଶ୍ ସଫଳତା ସାଉଁଟି ଥିଲେ । ସେ ଏକାଧାରରେ ଜଣେ ସ୍ପଷ୍ଟବାଦୀ ,ପରୋପକାରୀ, ଛାତ୍ର ବତ୍ସଳ ଶିକ୍ଷୟିତ୍ରୀ ଭାବେ ପରିଗଣିତ ଥିଲେ । ସେ କରୁଣା ମୟୀ ଶ୍ରୀମା ଏବଂ ପରମପ୍ରଭୁ ଶ୍ରୀ ଅରବିନ୍ଦଙ୍କ ପରମ ଭକ୍ତ ଥିଲେ । ବିଦାୟୀ ଶିକ୍ଷୟତ୍ରୀଙ୍କ ସମ୍ପର୍କରେ ଅତିଥି ମାନେ ଗୁଣଗାନ କରିଥିଲେ । ଅବସର ସମୟ ସେ ଶ୍ରୀମାଙ୍କ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଥିଲେ । ଛାତ୍ର ଛାତ୍ରୀ ମାନେ ଶିକ୍ଷୟତ୍ରୀଙ୍କୁ ବିଭିନ୍ନ ଉପହାର ପ୍ରଦାନ କରିବା ସହିତ ତାଙ୍କ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟ ତରଫରୁ ବିଦାୟୀ ଶିକ୍ଷୟତ୍ରୀଙ୍କୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ନିଜ ଗ୍ରାମ ବେଲପଡାକୁ ଅଣାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ,ବରିଷ୍ଠ ଶିକ୍ଷକ, ବିଦ୍ୟାଳୟର ଛାତ୍ର ଛାତ୍ରୀ ତଥା ଅଭିଭାବକ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *