ମୋ ସହର, ମୋ ଦାୟିତ୍ୱ’: ଗୁଣ୍ଡିଚା ରଥଯାତ୍ରାରେ ସଂକଳ୍ପ ସେବା ସଂଘର ସ୍ୱଚ୍ଛତା ଅଭିଯାନ
ସିନାପାଲି, ୧୫/୦୭ (କଳିଙ୍ଗ ଫୋକସ) ମଳୟ ମେହେର: ଗୁଣ୍ଡିଚା ରଥଯାତ୍ରା କେବଳ ଭକ୍ତି ଓ ଆଧ୍ୟାତ୍ମିକତାର ପର୍ବ ନୁହେଁ, ବରଂ ସମାଜ ପ୍ରତି ଦାୟିତ୍ୱବୋଧର ଏକ ଜୀବନ୍ତ ବାର୍ତ୍ତା । ଏହି ମହାନ ଭାବନାକୁ ସାକାର କରି ସଂକଳ୍ପ ସେବା ସଂଘ, ସିନାପାଲି ପକ୍ଷରୁ ସହରର ବିଭିନ୍ନ ପ୍ରମୁଖ ସ୍ଥାନରେ ଏକ ବ୍ୟାପକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ହାତରେ ଝାଡ଼ୁ, ମନରେ ସେବାର ସଂକଳ୍ପ ଓ ହୃଦୟରେ ସାମାଜିକ ଦାୟିତ୍ୱର ଭାବନା ନେଇ ସେବକମାନେ ଶ୍ରମଦାନ କରି ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିଛନ୍ତି ।ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୁଣ୍ଡିଚା ଯାତ୍ରା ଅବସରରେ ଭକ୍ତମାନଙ୍କ ସୁବିଧା ଓ ପରିବେଶର ପରିଚ୍ଛନ୍ନତାକୁ ଦୃଷ୍ଟିରେ ରଖି ଜଗନ୍ନାଥ ଛକ, ତ୍ରିବେଣୀ ଛକ, ରାବଣ ଛକ, ଗାୟତ୍ରୀ ଛକ, ଦୁର୍ଗା ମନ୍ଦିର ରାସ୍ତା, ତ୍ରିନାଥ ଛକ, ତହସିଲ ଅଫିସ ରାସ୍ତା, ଗୁଡ଼ିଆ ଛକ, ବସଷ୍ଟାଣ୍ଡ ଏବଂ ମାଉସୀ ମନ୍ଦିର ପ୍ରାଙ୍ଗଣରେ ସଫେଇ କାର୍ଯ୍ୟ କରାଯାଇଥିଲା । ରାସ୍ତାଘାଟରେ …