Header-News-Banner

ନାଗପୁର ଷ୍ଟେସନରୁ ତୁଳସୀପୁର ଗ୍ରାମର କାଶୀ ପାହାନ ନିଖୋଜ; ମିଳୁନି ପତ୍ତା

0
4bbedfe2-d37d-4267-af88-6156f540f4cc

ନାଗପୁର ଷ୍ଟେସନରୁ ତୁଳସୀପୁର ଗ୍ରାମର କାଶୀ ପାହାନ ନିଖୋଜ; ମିଳୁନି ପତ୍ତା, ପରିବାର ଲୋକ ଖୋଜି ଖୋଜି ନୟାନ୍ତ
ତୁଳସୀପୁର/ନାଗପୁର: ଗଞ୍ଜାମ ଜିଲ୍ଲାର ତୁଳସୀପୁର ଗ୍ରାମର ବାସିନ୍ଦା କାଶୀ ପାହାନ ନାଗପୁର ରେଳ ଷ୍ଟେସନରୁ ନିଖୋଜ ହୋଇଥିବା ଜଣାପଡ଼ିଛି। ସେ କିଛି କାମରେ ବାହାରକୁ ଯାଇଥିବା ବେଳେ ନାଗପୁର ଷ୍ଟେସନରୁ ହଠାତ୍ ନିଖୋଜ ହୋଇଯାଇଥିଲେ। ଏହା ପରଠାରୁ ତାଙ୍କର କୌଣସି ପତ୍ତା ମିଳୁନାହିଁ।
ପରିବାର ଲୋକ ନିଜ ସମ୍ପର୍କୀୟ ଏବଂ ପରିଚିତଙ୍କ ସହ ଯୋଗାଯୋଗ କରିବା ସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିଲେ ମଧ୍ୟ ତାଙ୍କ ସନ୍ଧାନ ମିଳିନାହିଁ। ଏହାକୁ ନେଇ ପରିବାର ସଦସ୍ୟମାନେ ଗଭୀର ଚିନ୍ତାରେ ରହିଛନ୍ତି।
କାଶୀ ପାହାନଙ୍କ ସମ୍ପର୍କରେ କୌଣସି ସୂଚନା କିମ୍ବା ତାଙ୍କୁ କେହି କୌଣସି ସ୍ଥାନରେ ଦେଖିଥିଲେ, ତେବେ ନିକଟସ୍ଥ ଥାନାକୁ କିମ୍ବା ତାଙ୍କ ପରିବାର ଲୋକଙ୍କୁ ତୁରନ୍ତ ସୂଚନା ଦେବା ପାଇଁ ଅନୁରୋଧ କରାଯାଇଛି। ପରିବାର ଲୋକଙ୍କ ଆଶା ରହିଛି ଯେ ସାଧାରଣ ଲୋକଙ୍କ ସହଯୋଗରେ କାଶୀ ପାହାନଙ୍କୁ ଶୀଘ୍ର ଖୋଜି ବାହାର କରାଯାଇପାରିବ।

Spread the love

Leave a Reply

Your email address will not be published. Required fields are marked *