Header-News-Banner

ରେଭେନ୍ସା ୟୁନିଭରସିଟି ର ସିଣ୍ଡିକେଟ ସଦସ୍ୟ ହେଲେ ଦିଲ୍ଲୀପ ଦାସ

0
IMG-20250731-WA0045


ଭୁବନ ୩୦.୭- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ପ୍ରାନ୍ତଃ ପ୍ରମୁଖ,ପୂର୍ବତନ ରାଜ୍ୟ ସଭାପତି,ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ନିମନ୍ତ୍ରିତ ସଦସ୍ୟ ତଥା ଭୁବନ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କୁ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟର ପରିଚାଳନା ପରିଷଦ (ସିଣ୍ଡିକେଟ ) ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଏ ସମ୍ପର୍କରେ ଉଚ୍ଚ ଶିକ୍ଷା ବିଭାଗ ଯୁଗ୍ମ ସଚିବ ପ୍ରତିଭା ସାହୁ ଚିଠି ନଂ – ୩୯୮୪୨ ତା ୨୯.୭.୨୦୨୫ ରେ ସୂଚନା ପ୍ରଦାନ କରିଥିବା ଜଣାପଡିବା ପରେ ଭୁବନର ବହୁ ଅନୁଷ୍ଠାନ ତରଫରୁ ଶ୍ରୀ ଦାସ ଙ୍କ ନିକଟକୁ ଅଭିନନ୍ଦନ ର ସୁଅ ଛୁଟିଛି । ଶ୍ରୀମାନ ଦାସ ଭୁବନ ଦଶହରା ବଳଦ ଯାତ୍ରା କମିଟି ସଭାପତି, କାପୁଡ଼ିଆ ସମାଜ ରାଜ୍ୟ ସଂଗଠନ ସଂପାଦକ, ଅଫିସର କ୍ଲବ ସଂପାଦକ,ଭୁବନ ସାମ୍ବାଦିକ ସଂଘ ଉପଦେଷ୍ଟା ଓ ଅନେକ ସାଗଠାନରେ କାର୍ଯ୍ୟ କରୁଛନ୍ତି । ଭୁବନ +୨ ମହିଳା ମହାବିଦ୍ୟାଳୟ ତରଫରୁ ପ୍ରଫେସର ଶ୍ରୀ ଦାସ ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଭୁବନ ସାମ୍ବାଦିକ ସଂଘ ପକ୍ଷରୁ ବୀର ବାଜି ରାଉତ ମାଟିର ଗର୍ବ,ଗୌରବ ତଥା ସୁଯୋଗ୍ୟ ସନ୍ତାନ ଶ୍ରୀମାନ ଦାସ ଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *