କାକଟପୁର ଜୋନ୍ ୬ କଂଗ୍ରେସର ନୂତନ ସଭାପତି ଭାବେ ଶେଖ ଅତିଉର୍ ରହେମାନ ଦାୟିତ୍ୱ ଗ୍ରହଣ କଲେ; ବୃଦ୍ଧି ପାଇଲା କର୍ମୀଙ୍କ ଉତ୍ସାହ
କାକଟପୁର ୨୩/୦୮ (ସତ୍ୟଜିତ୍ ଦାଶ) ପୁରୀ ଜିଲ୍ଲା କାକଟପୁର ବ୍ଲକ୍ କଂଗ୍ରେସ୍ କମିଟିର ସାଙ୍ଗଠନିକ ନିର୍ବାଚନରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସୁହାଗପୁର ଗ୍ରାମପଞ୍ଚାୟତ ଫକୀର ସାହି ଗ୍ରାମର ପ୍ରଭାବଶାଳୀ ଯୁବ ନେତା ଶେଖ ଅତିଉର୍ ରହେମାନଙ୍କୁ କାକଟପୁର ବ୍ଲକ୍ ଜୋନ୍ ନମ୍ବର ୬ର ସଭାପତି ଭାବେ ମନୋନୀତ କରାଯାଇଛି। ଏହି ଖବର ପ୍ରସାରିତ ହେବା ପରେ ଜୋନ୍ ଅନ୍ତର୍ଗତ ୬ ଗୋଟି ପଞ୍ଚାୟତର କଂଗ୍ରେସ କର୍ମୀ ଓ ସମର୍ଥକମାନଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଶ୍ରୀ ରହେମାନ ପୂର୍ବରୁ ସୁହାଗପୁର ଗ୍ରାମପଞ୍ଚାୟତ ଯୁବ କଂଗ୍ରେସ ସଭାପତି ଭାବେ ସଫଳତାର ସହ କାର୍ଯ୍ୟ କରିବା ସହ ନିଜର ସଂଗଠନ ଦକ୍ଷତାର ପରିଚୟ ଦେଇସାରିଛନ୍ତି। ବର୍ତ୍ତମାନ ସେ ପୁରୀ ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ବିଭାଗର ଅଧ୍ୟକ୍ଷ ଦାୟିତ୍ୱରେ ମଧ୍ୟ ରହିଛନ୍ତି। ଶୀର୍ଷ ନେତୃବୃନ୍ଦଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରି ସେ କହିଛନ୍ତି , ଏହି ନୂତନ ଗୁରୁଦାୟିତ୍ୱ ମିଳିବା ପରେ ଦଳର ଶୀର୍ଷ ନେତୃବୃନ୍ଦଙ୍କୁ ଗଭୀର ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି। ସେ ପୁରୀ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର, କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ବିଶ୍ୱ ଭୂଷଣ ଦାସ, ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ୍ କୁମାର ମିଶ୍ର, ଓଡ଼ିଶା ପ୍ରଦେଶ କଂଗ୍ରେସ ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ ଜନାବ ଜିଆ ଉଲ୍ ହକ୍, ବ୍ଲକ୍ କଂଗ୍ରେସ ସଭାପତି ଅବଧୂତ ସ୍ୱାଇଁ ଏବଂ ଜିଲ୍ଲା କଂଗ୍ରେସ ଉପସଭାପତି (ତଥା ପୂର୍ବତନ ସଂଯୋଜକ) ଯଶୋବନ୍ତ ନାରାୟଣ ମହାନ୍ତିଙ୍କ ସହଯୋଗ ଓ ବିଶ୍ୱାସ ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି। ଜୋନ୍କୁ ୧ ନମ୍ବର କରିବାକୁ ସଂକଳ୍ପ କରି
ନିଜର ପ୍ରତିକ୍ରିୟା ରଖି ରହେମାନ କହିଛନ୍ତି ଯେ, ସେ ଦଳର ସମସ୍ତ ବରିଷ୍ଠ ନେତା, କର୍ମୀ ଓ ଯୁବସାଥୀଙ୍କୁ ଏକାଠି ନେଇ ଆଗକୁ ବଢ଼ିବେ। କାକଟପୁର ଜୋନ୍-୬ ରେ କଂଗ୍ରେସ ସଂଗଠନକୁ ଅଧିକ କ୍ରିୟାଶୀଳ ଓ ମଜବୁତ କରିବା ସହ ଏହି ଜୋନ୍କୁ ସମଗ୍ର ବ୍ଲକରେ ପ୍ରଥମ ସ୍ଥାନରେ ପହଞ୍ଚାଇବା ପାଇଁ ସେ ନିରନ୍ତର ପ୍ରଚେଷ୍ଟା ଜାରି ରଖିବେ।