Header-News-Banner

ଲଗାଣ ବର୍ଷା ପ୍ରଭାବ ରେ ଭୁସୁଡ଼ିଲାଘର। ଅଳ୍ପକେ ବର୍ତ୍ତିଗଲେ ପରିବାରର ୫ଜଣ ସଦସ୍ୟ

0
fda75866-a570-4e8e-a8d5-b5d99c716dac

ତେନ୍ତୁଳୀଖୁଣ୍ଟି :୨୮/୯/୨୬ କ୍ରମାଗତ ବର୍ଷାର ପ୍ରଭାବ ସାରା ରାଜ୍ୟକୁ ତୋଳି ତୋଳନ୍ତ କରିଛି ବର୍ତ୍ତମାନ ବର୍ଷାର ପ୍ରକୋପ ଥମିଛି ସତ କିନ୍ତୁ ଅନେକ ଧନ ଜୀବନ ନଷ୍ଟ କରିଛି।ଏଭଳି ଏକ ଘର ଭୁଶୁଡି ଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଦୃଶ୍ୟ ଟି ହେଉଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ବାରଙ୍ଗ ପଦର ପଞ୍ଚାୟତ ପୋଡ଼ଗଡ଼ ର ଦୃଶ୍ୟ।ଦେବେନ୍ଦ୍ର ଜେନା ନାମକ ଜଣେ ବ୍ୟକ୍ତି ନିଜ ପରିବାର ସହ ଶୟନ କକ୍ଷରେ ସୋଇଥିବା ବେଳ ଘରର କାନ୍ଥ ରେ ହଠାତ ବଡ ଫାଟ ସୃଷ୍ଟି ହୋଇଥିଲା ଓ ଇଟା ଖସିବାକୁ ଲାଗିଥିଲା।ପରିବାର ଲୋକେ ବିପଦକୁ ସେତିକିବେଳେ ଅନୁଭବ କରି ନେଇ ଥିଲେ। ଏବଂ ବିଳମ୍ବ ନକରି ତୁରନ୍ତ ସେହି କୋଠରୀ ଛାଡି ଅନ୍ୟ ଏକ ସୁରକ୍ଷିତ କୋଠରୀ କୁ ଚାଲି ଯାଇ ଥିଲେ।ଏହାର କିଛି ସମୟ ପରେ ସେହି ବଡ କୋଠରୀ ଟି ଭୁଶୁଡି ପଡି ଥିଲା।ଘରର ବହୁ ସାମଗ୍ରୀ ନଷ୍ଟ ହୋଇ ଥିବା ଜଣା ପଡିଛି।ଦେବେନ୍ଦ୍ର ଜେନା ଚା ଦୋକାନ କରି ନିଜ ପରିବାର ପ୍ରତି ପୋଷଣ କରୁଥିବା ବେଳ ବର୍ତ୍ତମାନ ଭୁଶୁଡି ଥିବା ଗୃହ ନିର୍ମାଣ କରିବା ତାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *