ଆଦିବାସୀ ମହୋତ୍ସବ ‘ପରବ’ ଉଦଘାଟନ ପାଇଁ ଜସବାଜ, ପ୍ରସ୍ତୁତି ସମୀକ୍ଷା କଲେ ଜିଲ୍ଲାପାଳ, ଅଂଚଳ ବାସଙ୍କ ମନରେ ବଢିଲା ଉତ୍ସlହ
–ଆଦିବାସୀ ମହୋତ୍ସବ ‘ପରବ’ ଉଦଘାଟନ ପାଇଁ ଜସବାଜ, ପ୍ରସ୍ତୁତି ସମୀକ୍ଷା କଲେ ଜିଲ୍ଲାପାଳ, ଅଂଚଳ ବାସଙ୍କ ମନରେ ବଢିଲା ଉତ୍ସlହ —
କୁନ୍ଦୁରା ( କଳିଙ୍ଗ ଫୋକସ ) ଚଳିତ ବର୍ଷ ଆଦିବାସୀ ଲୋକମହୋତ୍ସବ ‘ପରବ 2026’ ଜିଲ୍ଲା ସ୍ତରୀୟ ଉଦଘାଟନ କାର୍ଯ୍ୟକ୍ରମ ଆସନ୍ତା 15 ତାରିଖ ଦିନ ରହିଥିବା ବେଳେ ଆଜି ଏହାର ସମୀକ୍ଷା କରିଛନ୍ତି କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟାବନ ମହାଜନ ଓ ବିଧାୟକ ରୁପୁ ଭତ୍ରା l ଚଳିତ ବର୍ଷ କୁନ୍ଦୁରା ବ୍ଲକ ବାଗଦିରୀ ଜଗନ୍ନାଥ ମନ୍ଦିରରୁ ପରବ ଉଦଘାଟନ ତଥା ମାଶଲ ଉଠିବ l ଏଣୁ ଉଦଘାଟନ କାର୍ଯ୍ୟକ୍ରମ ଯେପରି ସୁରୁଖୁରୁରେ ହେବ ସେ ନେଇ ବିଭାଗୀୟ ଅଧିକାରୀ ଏବଂ ଜନ ପ୍ରତିନିଧି, ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ l ବିଶେରେ କରି ଉଦଘାଟନନି ଉତ୍ସବରେ କୋରାପୁଟ ଜିଲ୍ଲାର 14 ଟି ବ୍ଲକବାସି ମଶାଲ ଯାତ୍ରାରେ ଭାଗ ନେବେ ଏଣୁ ବାଗଦିରୀ ଠାରେ ଜନସାମଗମ ହେବ l ଆଦିବାସୀ ଲୋକମହୋତ୍ସବ ‘ପରବ’ର ଜିଲ୍ଲାସ୍ତରୀୟ ଉଦଘାଟନକୁ ସୁଚାରୁରୂପେ ଆୟୋଜନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏନେଇ ଜିଲ୍ଲାପାଳ ବିଭିନ୍ନ ବ୍ୟବସ୍ଥାର ସମୀକ୍ଷା କରିବା ସହ ଆୟୋଜନକୁ ସଫଳ ଓ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି।ବିଶେଷକରି ମଶାଲ ଯାତ୍ରାକୁ ସୁଚାରୁରୂପେ ସମ୍ପନ୍ନ କରିବା, ଯାତାୟାତ ନିୟନ୍ତ୍ରଣ ପାଇଁ ଟ୍ରାଫିକ ବ୍ୟବସ୍ଥା ଏବଂ ଆସୁଥିବା ଦର୍ଶକଙ୍କ ପାଇଁ ପାର୍କିଂ ବ୍ୟବସ୍ଥାକୁ ଜିଲ୍ଲାପାଳ ପ୍ରାଥମିକତା ଦେଇଛନ୍ତି ଏଥିସହ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖି ନିଜ ନିଜ ଦାୟିତ୍ୱ ସଠିକ୍ ଭାବେ ତୁଲାଇବାକୁ ଆବଶ୍ୟକ ପରାମର୍ଶ ଦିଆଯାଇଛି। ଶେଷରେ କୁନ୍ଦୁରା ବ୍ଲକ ବାସୀଙ୍କୁ ଏହି ଉଦଘାଟନ କାର୍ଯ୍ୟକ୍ରମରେ ସହଯୋଗ ଲଢ଼ିଛନ୍ତି ଜିଲ୍ଲାପାଳ ଏବଂ ବିଧାୟକ l ଏହି ସମୀକ୍ଷା ବୈଠକରେ କୋରାପୁଟ ଜିଲ୍ଲା ଆର କ୍ଷୀ ଅଧିକ୍ଷକ ରହିତ ବର୍ମା , ସିଡିଓ ବେଣୁଧର ଶବର, ଜୟପୁର ଉପ ଜିଲ୍ଲା ପାଳ ଶୁଭ୍ରା ପଣ୍ଡା, ଜିଲ୍ଲା ପରିଷଦ ଉପାଧକ୍ଷ ରାଧା ବିନୋଦ ସାମନ୍ତରାୟ,ବ୍ଲକ ଅଦକ୍ଷା ବନିତା କାନ୍ଦିଲିଆ,ବ୍ଲକ ଉପlଦକ୍ଷ ତରୁଣୀ ସେନା ବିଶୋଇ,ଜିଲ୍ଲା ପରିଷଦ ସଭ୍ୟା କନକଲତା ପେଣ୍ଠିଆ, ତହସିଲଦାର ବିନୋଦ ନାୟକ, ସହକାରୀ ଯନ୍ତ୍ରୀ ଖିରୋଦ ବେହେରା,ସ୍ଥାନୀୟ ସରପଞ୍ଚ ମାଣିକ ସlନ୍ତା ସମତ ବୁଦ୍ଧିଜୀବୀ ଗ୍ରାମବାସୀ ଏବଂ ଜନ ପ୍ରତିନିଧି ପ୍ରମୁଖ ଉପସ୍ଥିତତ ଥିବା ବେଳେ ବିଡ଼ିଓ ପି ମାନସ୍ମିତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l କୁନ୍ଦୁରା ବ୍ଲକରେ ପ୍ରଥମ ଥର ପାଇଁ ପରବ ଉଦଘାଟନ ହେବାକୁ ଥିବା ବେଳେ ଅଂଚଳରେ ଖୁସିର ଲହରୀ ଦେଖିବାକୁ ମିଳିଛି ଏଥିଲାଗି ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ଗ୍ରାମବାସୀ l