ସିଙ୍ଗଝର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସାଧାରଣ ଜ୍ଞାନ ପ୍ରତିଯୋଗିତା
ସିନାପାଲି:୨୦।୦୮:(କଳିଙ୍ଗ 24 news) ସିନାପାଲି ବ୍ଲକ ଅନ୍ତର୍ଗତ ସିଙ୍ଗଝର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ରେଡିଓ ସ୍ୱର ସଙ୍ଗମ 90.8 FM ତରଫରୁ ଗୋଟିଏ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ଏହି ବିଦ୍ୟାଳୟର ତିନୋଟି ଶ୍ରେଣୀ ଷଷ୍ଠ,ସପ୍ତମ ଓ ଅଷ୍ଟମ ର ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତା ରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି । ତିନୋଟି ଗ୍ରୁପ ରୁ ଗଙ୍ଗା ନଦୀ ଗ୍ରୁପ ପ୍ରଥମ, ଉଦନ୍ତୀ ଗ୍ରୁପ ଦ୍ବିତିୟ ଏବଂ ଯମୁନା ଗ୍ରୁପ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । କାର୍ଯକ୍ରମ କୁ ପ୍ରଦ୍ୟୁମ୍ନ ସିଂ ଚିନ୍ଦା ଓ ମନୋଜ ଜଗତ ପରିଚାଳନା କରିଥିବା ବେଳେ ସ୍କୁଲ ର ପ୍ରଧାନ ଶିକ୍ଷକ ଗୌତମ ମେହେର ,ଶିକ୍ଷୟତ୍ରୀ ରୋହିଣୀ ମେହେର ଓ ପାରିଜାତ ମେହେର ମାନପତ୍ର ପ୍ରଦାନ କରିଥିଲେ । ରେଡ଼ିଓ ସ୍ୱର ସଙ୍ଗମର ଏ ପଦକ୍ଷେପ ସତରେ ପ୍ରଶଂସନୀୟ କାରଣ ଏହା ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ଜ୍ଞାନ ବୃଦ୍ଧି କରିବାରେ ସହାୟକ ହେବ । ସିନାପାଲିରୁ ମଳୟ ମେହେରଙ୍କ ରିପୋର୍ଟ କଳିଙ୍ଗ 24News