Header-News-Banner

ନିମ୍ନ ମାନର ଡ୍ରେନ୍ କାର୍ଯ୍ୟ ସାରି ତୁରନ୍ତ ବିଲ୍ କରିବାରେ ଲାଗିପଡିଛନ୍ତି ଠିକାଦାର।

0
IMG-20251022-WA0035

ନୀଳଗିରି :୨୨/୧୦(କିରଣ ଜିତ୍ ବିଶ୍ଵାଳ)ନିମ୍ନ ମାନର ଡ୍ରେନ୍ କାର୍ଯ୍ୟ ତୁରନ୍ତ ସାରି ବିଲ୍ କରିବାରେ ଲାଗିପଡିଛନ୍ତି ଠିକାଦାର। ସୂଚନା ଅନୁଯାୟୀ ନୀଳଗିରି ବ୍ଲକ ଜାମୁଢିଆ ପଞ୍ଚାୟତ କଲ୍ୟାଣୀ ଗାଁରେ ବିକଶିତ ଓଡ଼ିଶା ଯୋଜନାରେ। ତିନି ଲକ୍ଷ ଟଙ୍କା ବ୍ୟୟରେ ଏକ ଡ୍ରେନ୍ କାର୍ଯ୍ୟ ନିର୍ମାଣ ଚାଲିଥିଲା ବେଳେ କାମରେ ଘୋଟାଲା ହେଉଥିବା ଅଭିଯୋଗ ଆସିଛି। ସୂଚନାଫଳକରେ କାର୍ଯ୍ୟ ଆରମ୍ଭ ଏବଂ କାର୍ଯ୍ୟ ଶେଷ ତାରିଖ ଲିଭାଯାଇଛି। ନିମ୍ନ ମାନର ବାଲି ମେଟାଲ୍ ଓ ଚିପ୍ସ ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଜାମୁଢିଆ ଜେଇ ଇଂ ବୈଦ୍ୟନାଥ ସିଂ ଙ୍କ ସହିତ ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିଲେ। ତେବେ ଆଗାମୀ ଦିନରେ ଜଦି ନୀଳଗିରି ପ୍ରଶାସନ ପକ୍ଷରୁ ଏ ବାବଦରେ କୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରା ଯାଏ ଗ୍ରାମବାସୀ ମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *